ନୂଆବର୍ଷ
ନୂଆବର୍ଷ
ଜନ୍ମ ଠାରୁ ବଞ୍ଚିଥିଲାଯାଏ
ଆସୁଥାଏ ବର୍ଷପରେ ବର୍ଷ,
ସୋପାନ ସୋପାନ ଚଢି
ବାଳକ, ଯୁବକ,ବୃଦ୍ଧ
ଦେହ ପୁରୁଣା ହୁଏ
ସେମିତି ଏବର୍ଷ।
ଏବର୍ଷବି ନୂଆବର୍ଷ
କିଛିଦିନରାତ୍ରି ପରେ
ନୂଆବି ପୁରୁଣା ହୁଏ
ଯେମିତି ଏ ଦେହ ।
ଆଜି ଆସ ପାଳିବା
ମନଭରି ଆଜିରଦିନକ
ଆଜିଗଲେ କାଲି
ପୁରୁଣା ଲାଗିବଖାଲି
ଖୁସି ମରିଯିବ।
କ୍ଷଣିକ ସୁଖବି ମନେଥିବ
ପ୍ରେମ ଦିନେ ମରିଯିବ
ତାର ମଧୁର ବେଳାଟି
ସୃତି ହୋଇରହିଥିବ ।
ଆସ ସାଙ୍ଗ ଯିବା ସେଇ
ପାହାଡ଼ ତଳକୁ,
ଦୃବାଦଲ ଗାଲିଚା ଉପରେ
ନାଚି ଗାଇ ଯିବା
ମାଂସ ପରସିବା ।
ଆଜିଗଲେ କାଲିକି ନଥିବ
ଆଜି ଯେତେ ହସ ଖୁସି
କାଳିପାଇଁ ମନେ ଥିବ
ଚାଲ ସେଇ ସହରର
ପାଞ୍ଚ ତାରକା ନିବାସ
ପାନୀୟ ସହିତ କାମିନୀ
ସଂଜକୁ ଫେରିବାକୁ ହେବ
ନୂଆବର୍ଷ ଆଜିପରି
ବର୍ଷୀୟ ରହିବ ।

