STORYMIRROR

K. Nirmal

Comedy

3  

K. Nirmal

Comedy

ନୂଆବୋହୂ

ନୂଆବୋହୂ

1 min
13.6K


(ବ୍ୟଙ୍ଗ କବିତା)

ଆଜିର ଯୁଗରେ ନୂଆବୋହୂ ଆସେ

ଭେନିଟ୍ ହାତରେ ଧରି,

ମୁହେଁ ଲିପିଷ୍ଟିକ ଆଖିରେ ଚଷମା

ମୋବାଇଲ୍ କଲ୍ କରି ।।

ଶାଶୁ ମା'କୁ ଡାକେ ହାଏ ମୋ ମଦର

କାମ କରି ଦିଅ ଘରେ,

ଆମେ ପରା ଯିବୁ ତୁମ ପୁଅ ସାଥେ

ପାର୍କ ଆଜି ସଞ୍ଜରେ।।

କୁଳାଙ୍ଗାର ପୁଅ କିଛି କୁହେ ନାହିଁ

ନୂଆବୋହୂ ପ୍ରେମେ ପଢ଼ି,

ପିନ୍ଧିବାକୁ ଦିଏ ନିଜ ମାଇପକୁ

ବନାରସୀ ପାଟ ଶାଢ଼ୀ।।

ଚୀରା ଲୁଗା ଖଣ୍ତେ ମାଆଟା ପିନ୍ଧୁଛି

ପୁଅ ଜାଣି ରୁହେ ତୁନେ,

ମାଇପ ଦେହରେ ବନାରସୀ ପାଟ

ଦେଖି ହସେ ମନେ ମନେ..।।

କି କରିବ ହାଏ କୁଳାଙ୍ଗର ପୁତ୍ର

ରହିଛି ମାଇପ ଡରେ,

ମୁହଁ ଖୋଲିଦେଲେ ମହାଭାରତ ଲୋ

ନିଆଁ ଜଳେ ଘରେ ଘରେ।।

କେ.ନିର୍ମଳ

ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy