STORYMIRROR

Priyadarsini Das.

Inspirational

3  

Priyadarsini Das.

Inspirational

ନୂଆ ଉଡାଣ

ନୂଆ ଉଡାଣ

1 min
11.7K

ଉଡିବାର ଇଚ୍ଛା ତ ସବୁଦିନ 

ଡେଣାକୁ ମେଲେଇ , ସମ୍ପୂର୍ଣ୍ଣ ମୁକ୍ତ

ଖୋଲା ଆକାଶ ରେ ବୁଲିବାର ନିଶା ବି ସବୁଦିନର ।


କିନ୍ତୁ କେବେ ନ ଥିଲା ଡେଣା

ତ ପୁଣି କେବେ

ଜଣା ନ ଥିଲା ଉଡ଼ିବା ।


କ୍ୟାଲେଣ୍ଡରର ଫର୍ଦ୍ଦ ଫର୍ଦ୍ଦ 

ଆଗକୁ ବଢ଼ି ଚାଲିଥିବା କ୍ରମରେ 

କ‌ଅଁଳି ଉଠିଲା ନୂଆ ପକ୍ଷ ଟିଏ 

ସାରା ଆକାଶ କୁ ନିଜର କରିବାରେ 

ଆଗେଇ ଚାଲିଲା ।


କିନ୍ତୁ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିଲା

କୁ ନୀତିର ମାଢ ମାଢ ଅସ୍ତ୍ର ବିଷୟରେ ।


ପ୍ରତିଟି ଉଡାଣ ପଛରେ ଥିଲା ଦାଉଲି 

ସେ ଧାରୁଆ ଦାଉଲିର ଦରକାର ରକ୍ତ

 ମୋର କୁନି ପକ୍ଷର ।


ତଥାପି ମୁଁ ଉଡୁଛି ,ମୋ ବେଗରେ ,

 ଉଡ଼ିବା ର ଇଚ୍ଛା କାଲି ବି ଥିଲା ,

ଆଜି ବି ଅଛି , ଆଗକୁ ଥିବ ।


ଫଡ ଫଡ ଶବ୍ଦ କରି 

ଶୂନ୍ୟ ଥିବ ସ୍ଥାନ କୁ ନିଜର କରି

ଦୀର୍ଘ ନିଶ୍ଵାସଟେ ମାରି

ଚକ୍କର ମାରିବାର ନିଶା 

କାହୁଁ ବୁଝିବ ସେ ରକ୍ତ ପିପାସୁ ଦାଉଲି ।


ମୋର ପ୍ରତିଟି ପର ରେ ସହସ୍ର ଉଡାଣ ,

ପ୍ରତି ଟି ଉଡାଣ ରେ ନୂଆ ପାଗଳାମି ,

 

ଆଉ ସବୁ ପାଗଳାମି ଗାଈ ଉଠେ ନୂଆ ଏକ ଗାଥା ,ସଫଳତାର l



Rate this content
Log in

Similar oriya poem from Inspirational