Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tankadhar Majhi

Inspirational Others

4.0  

Tankadhar Majhi

Inspirational Others

ନୂଆ ଏକ ପୃଥିବୀ

ନୂଆ ଏକ ପୃଥିବୀ

1 min
238



ତୁମେ ଫେରିଆସ

ଆଉଥରେ ଦୁହେଁ ମିଶି

ସଜାଡ଼ିବା ଉଜୁଡା ଘର ; 

ଜହ୍ନ ରାତିର ଝଳକରେ

ଲେଖିବା ବିଚ୍ଛେଦର କବିତା

କବିତାର ଶୀର୍ଷକ ଦେବା

ତୁମେ ଆଉ ମୁଁ ଏକ ;

ଅଭାବକୁ ପରଦା ଭିତରେ ଲୁଚେଇ 

ଦୁହିଁଙ୍କ ଓଠରେ ହସ ଆଣିବା ;

ଖୋଜିବା ନୂଆ ଏକ ପୃଥିବୀ

ଯେଉଁଠି ନ ଥିବ ଭୟ

ଆଶଙ୍କା କପଟ ଆଚରଣ ;

ଝରୁଥିବା କୁଳୁକୁଳୁ ଝରଣା କୂଳେ

ଭିନ୍ନ ଭିନ୍ନ ପକ୍ଷୀର ରାବରେ 

ଉତ୍ତେଜିତ କରୁଥିବ ମନକୁ

ଆମେ ଦୁହେଁ ଖୁସି ଖୋଜିବା ;

ଅମୂଲ୍ୟ ଶୀତଳ ପବନରେ

ଜଳାଞ୍ଜଳି ଦେଉଥିବା ବୟସ

ପ୍ରେମରେ କବର ପାଳଟି ଗଲାପରେ

ଆମ ଲେଖାର ପ୍ରତିଟି ପୃଷ୍ଠା

ଜୀବିତ ହୋଇ ପୁଣି ବଞ୍ଚିଯାଉଥିବ ।


Rate this content
Log in

Similar oriya poem from Inspirational