STORYMIRROR

Krushna Chandra Lenka

Inspirational Children

3  

Krushna Chandra Lenka

Inspirational Children

ନନ୍ଦ ଗୁରୁଜୀ

ନନ୍ଦ ଗୁରୁଜୀ

1 min
400

ଉତ୍କଳ ମାଟିର ସୁଯୋଗ୍ୟ ସୁତ ନନ୍ଦ ଗୁରୁଜୀ

ତବ ଯଶ ଗୁଣ କିରତି ମନେ ପଡଇ ଆଜି।


ତବ ପରି ସୁତ ପାଇଣ ଜନ୍ମଭୂମି ଜନନୀ

ଭାଗ୍ୟବାନ ବୋଲି ମଣଇ ଆପଣାକୁ ସେ ଜ୍ଞାନୀ।


ଶିକ୍ଷା ଦାନ କଲ ଯତନେ ସାତ ଦଶନ୍ଧି ଧରି

ବିନା ବେତନେ ଯେ ଖଟିଲ ତୁମେ ଜୀବନ ଭରି।


କେତେ କେତେ ଯୋଗ୍ୟ ସନ୍ତାନ ତମେ ଗଢି ଉତ୍କଳେ

ରଖିଲ ରାଇଜ ମହତ ଆଜ ଏମାଟି କୋଳେ।


ତବ ନିଷ୍ଠା ତ୍ୟାଗ କରମ ବଳେ କେତେ ଓଡ଼ିଆ

ଟେକ ରଖିଗଲେ ମାଟିର ଜାଣେ ସାରା ଦୁନିଆ।


ପିତାମହ ପିତା ସନ୍ତାନ ଚଉ ପିଢିର ସୁତ

ତବ ଶିକ୍ଷା ପାଇଁ ଜଗତେ ଆଜି ସେ ପରିଚିତ।


ଆହେ କର୍ମବୀର ଏ ମାଟି ପାଇଁ କରିଛ ଯାହା

ଅଳପ ହେଲେ ହେଁ ଏଦେଶ ପକ୍ଷେ ଦୁର୍ଲ୍ଲଭ ତାହା।


ଶିକ୍ଷା ବଳେ ଦେଶ ବିକାଶ ହୁଅଇ ବୋଲି ଜାଣି

ଶିକ୍ଷାର ପ୍ରସାର କରିଣ ଗଢିଲ ଜ୍ଞାନୀ ଗୁଣି।


ଶିକ୍ଷାଦାନ ଥିଲା ଯେମନ୍ତ ତବ ଜୀବନ ବ୍ରତ

ଶତାୟୁ ବରଷେ ଚଞ୍ଚଳ ଭାଳି ଲାଗେ ଚକିତ!


ତବ ସେବା ଆଗେ ବୟସ ହୋଇଣ ପରାଜୟ

କହଇ ନିଇତି ସେ କାନେ ମୋର ନାହିଁ ବିଜୟ।


ଚାଲିଯିବେ ସର୍ବେ ରହିବେ ନାହିଁ କେହି ମହୀରେ

ଯଶୋଦେହେ ବଞ୍ଚି ରହିବେ ମାତ୍ର ନିଃସ୍ୱାର୍ଥବୀରେ।


ଆହେ କର୍ମବୀର ସେବକ ପରୋପକାର ବ୍ରତୀ

ମାତୃଭୂମି ସୁଯୋଗ୍ୟ ସୁତ ଘେନ ମୋର ପ୍ରଣତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational