STORYMIRROR

kamal kumar dash

Abstract

3  

kamal kumar dash

Abstract

ନନା (ବାପା) ବୋଉ (ମା )

ନନା (ବାପା) ବୋଉ (ମା )

1 min
308

 


ତୁମେ ମନେପଡ଼ ଦୁଃଖର ଦିନରେ 

  ଆଖିରେ ଭରିଲେ ଲୁହ 

ତୁମେ ମନେପଡ଼ ଅମi ଅନ୍ଧାରରେ 

  ହୃଦୟେ ପୁରିଲେ କୋହ (1)

ତୁମେ ମନେପଡ଼ ବରଷା ରାତିରେ 

   ବିଜୁଳି ଚମକି ଗଲେ   

ତୁମେ ମନେ ପଡ଼  ଶୀତ ସକାଳ ଟା 

   କୁହୁଡିରେ ଭରିଗଲେ (2)


ତୁମେ ମନେପଡ଼ ଗାଁକୁ ଫେରିଲେ 

   ଖାଲି ଖାଲି ଘର ଦେଖି 

ଖାଲି ପୂଜା ଘର ଖାଲି ହାଣ୍ଡି ଶାଳ 

  ନୀରବତା ତାର ସାକ୍ଷୀ (3)

ସଞ୍ଜ ସକାଳରେ ଚଉରା ମୂଳରେ 

  ଖୋଜେ ତୁମେ ଚାରିଆଡେ 

କାହିଁକି କେଜାଣି   ଦୂର ପ୍ରବାସରେ 

   ତୁମ କଥା ମନେ ପଡେ  (4)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract