STORYMIRROR

Rajesh Kumar Jain

Comedy

3  

Rajesh Kumar Jain

Comedy

ନିରୁତା ହସ

ନିରୁତା ହସ

1 min
13.6K


ନିରୁତା ହସ

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଦେଖିଲେ ଭରିଯାଏ ମନେ ବହୁ ରସ,

ଭୁଲିଯାଏ ସବୁ ଭୋକଶୋଷ,

ହଜିଯାଏ ବ୍ୟାଧି ବାର୍ଦ୍ଧକ୍ୟର ଦୋଷ,

ପ୍ରେମ ଆଉ ମୈତ୍ରୀର ଦିଏ ସନ୍ଦେଶ,

ପ୍ରେରଣାର ଅଟେ ଅଗଭୀର ଉତ୍ସ,

ନିରାଶ ଅନ୍ଧକାରେ ଜୀବନର ଆଶ ,

ଅନ୍ୟକୁ ଆପଣା କରିବାର ନିମନ୍ତ୍ରଣ,

ମନରୂପୀ ମେସିନ୍-ର ଏହା ଇନ୍ଧନ,

ହାସ୍ୟ, କଳା, ବିବେକ,ସମ୍ମିଳିତ,

ବ୍ୟାପିଲେ ହୁଏ ବହୁଗୁଣିତ,

ପଞ୍ଚେନ୍ଦ୍ରିୟ ପ୍ରାଣୀଙ୍କର ଏକାଧିକାର,

ଦୁନିଆଟା ଗୋଟାଏ ଦର୍ପଣ,

ତୁମେ ହସିଲେ ସେ ବି ହସିବ,

ହସ ତ ଏବେ ହୃଦୟରେ ବନ୍ଧା,

ନେତାଙ୍କର ମିଛ ଆଶ୍ୱାସନା,

ହସ ତ ଜୀବନର କିଛିକ୍ଷଣ,

ହସରେ ହସ ଅନ୍ୟ ଉପରେ ନୁହଁ,

କାହ୍ନୁର ମାୟାର ହସରେ ଧର୍ମର ପ୍ରକାଶ,

କହୁଛି ମହାଭାରତ ଯୁଦ୍ଧର ଇତିହାସ,

ହଜିଯାଇଛି ଚେହେରାରୁ ଏବେ ନିରୁତା ହସ,

ଚତୁର୍ଦ୍ଦିଗେ ଅରାଜକତା ଆଉ ଦ୍ୱେଷ,

ହସ ତ ସୁଖର ଶାନ୍ତିର ସଂଜୀବନୀ ରସ,

ହସ ବିନା ଜୀବନ ଆହା କି ବିମର୍ଷ !

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy