STORYMIRROR

Binaya Bhusan Panigrahi

Tragedy Others

3  

Binaya Bhusan Panigrahi

Tragedy Others

ନିରର୍ଥକ

ନିରର୍ଥକ

1 min
338

ଦୁନିଆର ଦୁଃଖ ସୁଖ ଦେଖିଦେଖି

  ଶିଖେ ନିତି କେତେକଥା ,

ତଥାପି କାହିଁକି   ମାପି ପାରେନାହିଁ

   ଦୁଃଖଠୁଁ ସୁଖ ଦୂରତା !


ଜୀବନର ଦୈର୍ଘ୍ୟ ପ୍ରସ୍ଥ ଜାଣି ଯେଣୁ

   ପାରେନା ଦୁହିଁଙ୍କୁ ଗୁଣି।।

ଧନ୍ଦି ହେଉଥାଏ     କାହିଁକି ପାରୁନି

   ନିଜ କ୍ଷେତ୍ରଫଳ ଜାଣି।


ଜୀଇଁବା ସହଜ     ବଞ୍ଚିବା କଠିନ

    ଜାଣିଛି ହେଲେ, ବୁଝୁନି,

ବୁଝୁଛି ଯଦିବା       ଅଳପ ଅଳପ

   କ୍ଷଣକ ପାଇଁ ହେଜୁନି।


ମଣିଷ ବୋଲି ମୁଁ   ଆଖି ଥାଇ ଅନ୍ଧ  

    ଅପ୍ରିୟ ଏ ସତକଥା,

ବୁଦ୍ଧି ଥାଉ ଯେତେ ଜ୍ଞାନ ବ୍ୟତିରେକ

    ମୁଣ୍ଡଟା କେବଳ ମଥା।।


ଏମିତି ଜିଇଁଲେ    କାଳ କାଳାନ୍ତର

     ଜଗତ ମଙ୍ଗଳ ନାହିଁ।

ଜୀବଟିଏ ବୋଲି ମାନିବ ଦୁନିଆ

    ମଣିଷ କହିବ ନାହିଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy