STORYMIRROR

Akshayakumar Dash

Inspirational

3  

Akshayakumar Dash

Inspirational

ନିର୍ମୂଳି

ନିର୍ମୂଳି

1 min
215

ସୁନା ପରି ରୂପକୁ

ଲଦିହୋଇ ମୁଣ୍ଡରୁ ଗୋଡ଼କ

ମଜେଇଦେଇଛି ଭାବ

ଯେମିତି ଗଳାହାର

ଦେଖଉଛି ଚେହେରା,

କବିତା ବନିତା ଲତା ପରି

ପାଇଯାଇଛି ସାହାରା।

ଲୋକେ କୁହନ୍ତି ବେଶ

ଚମତ୍କାର ସଂଯୋଗ

ପ୍ରକୃତିର ଅପୂର୍ବ ସମ୍ଭାର

ଦଶଭୂଜା ମେଢ଼ ପଛରେ

ଲମ୍ବି ଯାଇଛି ଦାଦାବଟିର ହାତ।

ଗଳାରେ ଉତ୍ତରୀୟ ଉପଢୌକନ

ଶାରଦୀୟ ସାହିତ୍ୟ ଆସର

ଚାନ୍ଦା ଭେଦାର ଧମକ ଚମକ

ଗହଳି ଚହଳି ଭିତରେ

ବନ୍ଧା ପଡୁଛି ସାଧାରଣ ଜୀବନ।

କଣ୍ଟାର କ୍ଷତଯନ୍ତ୍ରଣା ଦେଲେବି

ଗୋଲାପକୁ ପସନ୍ଦ କରୁଛି

ନିର୍ମୂଳି କାୟା ବିସ୍ତାର କରିଛ

କଂକ୍ରିଟ ଇଲେକ୍ଟ୍ରି ଖୁଣ୍ଟକୁ

ଦେବଦରୁ ଆଉଜିପଡିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Inspirational