STORYMIRROR

DILIP KUMAR SAHOO

Inspirational

4  

DILIP KUMAR SAHOO

Inspirational

ନିର୍ଜନ ନୀବାସ ବିନା ନାହିଁ ରାହା

ନିର୍ଜନ ନୀବାସ ବିନା ନାହିଁ ରାହା

1 min
72

 ଆତଙ୍କିତ ଆମେ ସବୁ ଭୟଭୀତ ଦୁନିଆ

 ପ୍ରକମ୍ପିତ ଚଉଦିଗ  କରୋଣା ର ଛାନିଆ ll

  ଅଖଚକ ସବୁ ବନ୍ଦ ବନ୍ଦ ହାଟ ବଜାର

  ଘରେ ରହି ନିଜଠାରେ ରଖ ନିଜେ ନଜର ll

 ନିଜ ଅଜଣାତେ କେତେ ସାଜି ରୋଗ ବାହକ

 ସ°କ୍ରମିତ କରୁଛନ୍ତି ଏଇ ସାରା ମୂଲକ ll

 ଚିହ୍ନିବା ସହଜ ନୁହେଁ ସ°କ୍ରମିତ ଲୋକଙ୍କୁ    

 ସାମାଜିକ ଦୂରତାରେ ରୋକିହେବ ରୋଗକୁ ll

 ସାବୁନରେ ନିୟମିତ ହାତ ସଫା ରଖିବା   

  ଏକାନ୍ତରେ ରହି ଘରେ କରୋଣାକୁ ରୋକିବା ll

 ନିର୍ଜନ ନିବାସ ବିନା ନାହିଁ ଆଉ ରହାତ

ତ୍ରାହିତ୍ରାହି ତ୍ରାହିତ୍ରାହି ଡାକେ ସାରା ଜଗତ ll

ସନ୍ଦେହ ଘେରରେ ଏବେ ଚଉଦିଗ ଅଶାନ୍ତ

ଚାରିଆଡ଼େ ହା ହା କାର, ମନ ପ୍ରାଣ ଆହତ ll

ବିକଶିତ ଦେଶବିତ ଏବେ ଅଣ ଆୟତ 

ଭୟ ଆଉ ଆଶଙ୍କାରେ ବିତେ ଏବେ ଦିନତ ll 


Rate this content
Log in

Similar oriya poem from Inspirational