Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Inspirational

4  

Ranjan Kumar Brahma

Inspirational

ନିମନ୍ତ୍ରଣ

ନିମନ୍ତ୍ରଣ

1 min
246



ଦୋଳିରେ ଦୋଳ ଗୋବିନ୍ଦ ଆସି

ସଭିଙ୍କୁ ବାରତା ଦେଲେ ।

ନୂଆ ପାଞ୍ଜି ପଢ଼ାହେବ 

ଫଗୁ ଖେଳ ହେବ

ଏହି ଦୋଳ ପୂର୍ଣ୍ଣିମାରେ ।।


ବରଷର କଥା ପଣ୍ଡିତେ ପଢିବେ

ଶୁଣିବ କାନକୁ ଡେରି ।

ସେଠି ସଭିଏଁ ଏକତ୍ର 

ମଣ୍ଡପେ ବସିବା 

କାଳ ବିଳମ୍ବ ନ କରି ।।


କାର୍ଯ୍ୟ ସୂଚୀ, 


ଜୀବନ ରଙ୍ଗକୁ ରଙ୍ଗମଞ୍ଚେ ଥୋଇ 

କରିବା ନିଖୁଣ ଅଭିନୟ ।

ଭାବ ଦିଆନିଆ ବନ୍ଧନକୁ ଭିଡି

ନ ଲୋଡିବା କଷ୍ଟ ଦୁଃଖ ଭୟ ।

ସମୟ ସାଥିରେ ଯୋଡି

କରି ଉପଯୋଗ ବିଦ୍ୟା ବଳ ବୁଦ୍ଧି

କୃଷ୍ଣ ଠୁ ସୁନ୍ଦର ଶକତି ଲୋଡି

ଆମେରେ ସକଳେ

ଲେଉଟା ପାଞ୍ଜିର ପିଢ଼ି ।।



Rate this content
Log in

Similar oriya poem from Inspirational