STORYMIRROR

KUMUDA CHANDRA DALEI

Inspirational

3  

KUMUDA CHANDRA DALEI

Inspirational

ନିଜକୁ ପଚାରି

ନିଜକୁ ପଚାରି

1 min
13.9K


ନିଜକୁ ନିଜେ ପଚାର ଥରେ

ନାଗରିକ ଯେତେ ଭାରତର

ଭରତ ପରା ସ୍ଵାଧୀନ ଦେଶ

ଶାସନ ଗଣତନ୍ତ୍ରର

ସମ୍ବିଧାନରେ ପ୍ରଣୀତ ଯେତେ

ପାଉଚ କି ତୁମ ଅଧିକାର?

ନାଗରିକତ୍ୱ ଆଦରି ନେଇ

ସାବ୍ୟସ୍ତ କରୁଛ ଅଧିକାର

ଅଧିକାରକୁ ପାଇବା ପାଇଁ

ଯେପରି କର ଚିତ୍କାର

ଦେଶ ଗଠନରେ ଦାୟିତ୍ଵ ବୋଧ

ଯାହା ରହଛି ତୁମର

ସମ୍ପାଦିବାକୁ କର୍ତ୍ତବ୍ୟ ବୋଧ

ହୋଇଛ କି କେବେ ତତ୍ପର?

ସ୍ୱାର୍ଥଯଜ୍ଞରେ ଆହୁତି ଦିଅ

ପ୍ରଗତି ଯେତେ ଦେଶର

ଜାତୀୟ ଅର୍ଥର ସଦ୍ ବିନିଯୋଗ

ଜାତୀୟ ସମ୍ପତ୍ତି ସୁରକ୍ଷାର

ଭାବିଛ କି କେବେ ମନର?

ମତଦାନର ସାବ୍ୟସ୍ତ ବେଳେ

କର କି ଉଚିତ୍ ବିଚାର?

ସଭିଏଁ ପରା ଭାଇ ଭଉଣୀ

ଗୋଟିଏ ଭରତ ମାତାର

ମା’ ଭଉଣୀ ବିଚାର କାହିଁକି

ଆସୁନି ନିଜ ମନର?

ନିଜକୁ ନିଜେ ପଚାର...... କ୍ରମଶଃ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational