STORYMIRROR

Bhakta Malla

Romance

2  

Bhakta Malla

Romance

ନିଜ ସହ ରତି

ନିଜ ସହ ରତି

1 min
13.4K


ଲେଖାର ତାତିରେ

ଛାତିର କଷ୍ଟ ଟିକେ

ରାତିର ନିଦରେ

ବରଫ ହେମାଳ ଦେହ ,

ତମେ ଆସିବାକୁ

ହଜାରେ ପ୍ରତିଶ୍ରୁତି

ହଜେଇ କେଉଁଠି

ନିଜେ ପୁଣି ହଜି ଯାଅ ।।

ଶୀତର ଶେଯରେ

ଶିଥିଳ ଅଂଗ ଲତା

ସେକି ହେବା ପାଇଁ

ଖୋଜୁଛି ଦେହର ଶିଖା,

ମନଟା ସିନା ମୋ

ସ୍ବପ୍ନ ମୟୂଖ ମାଖେ

ମୃତ୍ୟୁ ଭୋଗୁଛି

ଦହନ ପ୍ରେମର ଦୀକ୍ଷା ।।

ଶୀତ ତ' ଆସିଲା

ପୁଲକ ଭର୍ତ୍ତି

ପ୍ରୀତିରୁ ସାଉଁଟି

ପୁଳାଏ ସ୍ମୃତି

କିଛି ବାହାନାକୁ ନେଇ ,

ଛାତି ତଳେ ଥିବା

ଉଷ୍ମ ରାଗର

ଉଷୁମ ନିଆଁରେ

ଘୁମେଇ ପଡିବା ପାଇଁ ।।


ତୁମେ ନାହଁ ସାଥୀ

ରାତିର ଆୟୂଷ ବଢେ

ପ୍ରଣୟ ରାଗର

ପ୍ରଦୀପ ଜାଳୁଛି ବସି,

ନିଜ ଉତ୍ତାପରେ

ନିଜେ ସେକି ହୁଏ

ଶୀତଳ କାମନା ତାତି ;

ସ୍ନାୟୂର ସହରେ

ନିଜେ ରଚୁ ଥାଏ

ନିଜ ସହ ନିଜେ ରତି !

ପ୍ରଣୟୀ ପ୍ରିୟାର ପାଶେ

ନିଜେ ଆଜି ପରଦେଶୀ ।।




ଭକ୍ତ ଚରଣ ମଲ୍ଲ

29th Dec. 2017


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance