STORYMIRROR

Tapaswini Dash

Romance

2  

Tapaswini Dash

Romance

ନିଜ ସହ ଅନ୍ତରଙ୍ଗ ଦୁଇ ପଦ କଥା.

ନିଜ ସହ ଅନ୍ତରଙ୍ଗ ଦୁଇ ପଦ କଥା.

1 min
13.5K


ଡାଏରୀ ଭିତର

ଶୁଖିଲା ଗୋଲାପ ଓ

ଗହଣା ବାକ୍ସ ଭିତର

ଚାରିଚଉତା ଚିଠି

ଏବେ ବି ସେମିତି

ଶୋଇଥାନ୍ତି ମୁହଁମାଡି।

ବେଳେ ବେଳେ

ତାଙ୍କ ଆଡ଼କୁ ହାତ ବଢ଼ାଇବାକୁ

ଭଲ ଲାଗେ ।

ସେମାନଙ୍କ ସହ କଥା ହେଇ ହୁଏ

ଦୁଃଖ ବଣ୍ଟା ଯାଇ ପାରେ,

ଶେଷ ଇଛା ସ୍ବୀକାରୋକ୍ତିରେ

କହିହୁଏ ତାଙ୍କରି ଆଗେ ,

ବିନା ପ୍ରତିବାଦରେ ସେଇମାନେ ହିଁ ଶୁଣନ୍ତି ,

ସେଇଠି ତର୍ଜମା କରିହୁଏ

ପ୍ରକାଶିତ ପ୍ରେମ ଓ

ଅପ୍ରକାଶିତ ପ୍ରେମ ର

ତୁଳନାତ୍ମକ ନିର୍ଣ୍ଣୟ।

ଅପ୍ରକାଶିତ ପ୍ରେମ

ଯାହା ନିଜ ଭିତରେ

ଚାପା ପଡିଥାଏ

ପୁଲକିତ କରୁଥାଏ ଚିରକାଳ,

ପରମ ଆତ୍ମୀୟ ଭଳି ।

ପ୍ରକାଶିତ ପ୍ରେମ

ଡାକିଆଣେ ଈର୍ଷା, ସନ୍ଦେହ,ଭୁଲ ବୁଝାବଣା ।

ଜାଳେ

ଜଳାଏ ଅନେକ କିଛି ।


ତପସ୍ୱିନୀ ଦାଶ

ବୁଢ଼ୀଖମାରୀ ଶାସନ

ଭଂଜପୁର

ବାରିପଦା ।


Rate this content
Log in

Similar oriya poem from Romance