STORYMIRROR

Tapaswini Dash

Romance

2  

Tapaswini Dash

Romance

ଆରାଧନା

ଆରାଧନା

1 min
14.2K


ଯାହାର ନାଁରେ ଛାତିରେ

ଆସେ କମ୍ପନ

ଥରେ ଅଧର

ବେପଥୁରେ ଶିହୀରଣ

ଅଧର ଖୋଜେ ଅଧର

ଆଖିି ଖୋଜେ ପଡ଼ନ୍ତାନି କି ପତା

ଦେଖୁଥାନ୍ତି ଚିର କାଳ

କାନ କହେ ଶୁଣୁଥାନ୍ତି କି ସେ ମୂରଲୀ

ସ୍ୱର ଅହର୍ନିଶ ,

ଶୋଇଥାନ୍ତି କୋଣାର୍କର ନଟନଟୀ

ପରି

ଢାଙ୍କି ଥାନ୍ତା ଚନ୍ଦ୍ରାତପ ମଖମଲି ଚାନ୍ଦର

ଚାଦର,

କେହି ନ ଥାନ୍ତେ ; ଥାଆନ୍ତ ତୁମେ

ଆଉ ମୁଁ,

ତୁମେ ଚୁମୁଥାନ୍ତ କେତେବେଳେ ମୋ ଅଧର

ବିକ୍ଷୋଜ ଥରକୁ ଥର

କରୁଥାନ୍ତି ମନା

ଅଥଚ ସେ ମନା ରେ ଥାଆନ୍ତା

ଶୁଭ ଆମନ୍ତ୍ରଣ

ଆସ ,ଆସ ପ୍ରିୟ ଭିଡି ଧର

ମେଣ୍ଟି ଯାଉ ଏ ଶତାବ୍ଦୀ କାମନା

ଆମ କାମନା ମାନେ ହେଉଥାନ୍ତୁ

ଅମାନିଆ

ଏ ହାତ ରୁ ସେ ହାତ

କରୁଥାନ୍ତୁ ବିଚରଣ

ବେହାଲ ବେପରୁଆ ଅଥଚ

ଚନ୍ଦ୍ରଭାଗା ହସୁଥାନ୍ତା,

ସତରେ ଗୁଡାଏ କାମନା ନେଇ ଆସିଥିଲା କି ବିଶୁ ମହାରଣା

ଏଠି ସେଠି ସବୁଠି ଛାଡି ଯାଇଛି କି

ତା ଯୌବନ ର ନିଆଁ

ଯାହା ଏବେ ବି ଜଳୁଛି

ଲିଭୁନାହିଁ ଜମା ।

ମାଘ ମାସ ଶୀତ ବି

ଥରି ଥରି ଦେଲାଣି ଛତ୍ରଭଙ୍ଗ,

ଓଃ !ଏବେ ବି ରାତି ଖୋଲିନି

ତା ଲାଜୁଆ ଓଢ଼ଣା ।

ଥରେ ଖୋଲନା

ଦେଖ ତାଆରି ଭିତରେ ବି ଖାଲି

ନିଆଁ; ନିଆଁ : କେମିତି ଯାକଜୁକି

ଲୁଚାଇଛି ତା ନାଆଁ ଗାଆଁ ଠିକଣା ।

ତମେ ପରା ଜାଣିଛ

ନିଆଁ ଲିଭାଇବା ତରିକା ,

ପାପ କୁ ଡ଼ରନା

ଭଲ ପାଇବା ,କ୍ଷୁଧାର୍ତ୍ତକୁ ଖୁଦ ମୁଠେ

ଦେବା ପାପ ନୁହଁ ଜମା ।

ପ୍ରେମ ପୁଣ୍ୟ ପ୍ରେମ ତପ

ପ୍ରେମ ଜପ ପ୍ରେମ ଆରାଧନା ◆


ତପସ୍ୱିନୀ ଦାଶ।

ବାରିପଦା।





Rate this content
Log in

Similar oriya poem from Romance