STORYMIRROR

kamal kumar dash

Abstract

2  

kamal kumar dash

Abstract

ନୀତି ନୂଆ ଲାଗୁ ଥାଏ

ନୀତି ନୂଆ ଲାଗୁ ଥାଏ

1 min
117


ଦିନ ବଦଳୁଛି  ତାରିଖ ଯାଉଛି 

 ଜୀବନ ବଦଳି ଯାଏ 

ସମୟ ସାଥିରେ  ସଂଘର୍ଷ ଚାଲିବ 

  ଜୀବନ ରେ ଥିଲା ଯାଏଁ (1)

ମନର ଭାବନା କହି ମୁଁ ପାରେନା 

  ଭୂଲି ମୁଁ ପାରେନା କେବେ 

ଭାବୁଛି ଲେଖିବି  ସେଇ ଭାବନାକୁ 

  ଥରଟେ କାଗଜେ କେବେ (2)

କେବେ ମୁଁ ବଦଳେ କେବେ ଧୀରେ ଚାଲେ 

  କେବେ ପଡି ଉଠୁ ଥାଏ 

ପାଖରୁ ଦୁରକୁ  ଦୂରରୁ ପାଖକୁ 

  ନିଜକୁ ମୁଁ ଖୋଜୁ ଥାଏ (3)

କେବେ ଧୀରେ ଚାଲେ ଫୁଲ ବଗିଚାରେ 

  ଆଉ କେବେ ଉଡୁ ଥାଏ 

ଜୀବନ ବାଟରେ  ସାଙ୍ଗଙ୍କ ସାଥିରେ 

  ଗୀତ ଗାଈ ନାଚୁ ଥାଏ (4)

ଜୀବନର ବେଗ  ନଦୀ ହୋଇ ବହେ 

  କେବେ ତୋଫାନ ହୁଏ 

ଜାଣେନା କାହିଁକି  ଜୀବନଟା ମୋତେ 

  ନୀତି ନୂଆ ଲାଗୁ ଥାଏ (50


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract