STORYMIRROR

Naba Kumar Das

Tragedy Inspirational

3  

Naba Kumar Das

Tragedy Inspirational

ନୀଡ଼ ଖୁଜୁଛି ଅନନ୍ୟା

ନୀଡ଼ ଖୁଜୁଛି ଅନନ୍ୟା

1 min
119



ଗତି ପଥପରେ  କଣ୍ଟିଳ ଆବରେ 

   ଏକାକୀ ଚାଲୁଛି କେହି 

ଯାଅରେ ଯାଅରେ   ବୁଝିକି ଆସରେ 

    ଅନନ୍ୟା କି ଅଟେ ସେହି....


କେତେବେଳେ ସିଏ  କେତେ କାନ୍ଦୁଥାଏ 

   ଚାଲୁ ଥାଏ ଥରି ଥରି 

କାହିଁ ଡରୁଥାଏ   କିଏ ଆସିଯାଏ 

   ଗତି ରୋଧ ତାର କରି..... 


ଭୃଣ ଟିଏ ଯେବେ ହୋଇଥିଲା ତେବେ 

    ଗର୍ଭରେ ସେ ଡରୁଥିଲା 

ଭାବୁଥିଲା ସିଏ   ଅନ୍ଧାର ଭିତରେ 

   କଣ କେ କରିବ ଭଲା..... 


ଯେବେ ସେ ଫୁଟେରେ    ବାସନା ଛୁଟେରେ 

   ଚଉଦିଗ ପ୍ରକୃତିରେ 

ବାସନାର ସୁରେ    କେ ଗୀତ ଗାଏରେ 

   କିଏ ତା ରକତ ଝରେ..... 


ଦିଅରେ ଦିଅରେ   ଆଶରା ଦିଅରେ 

   ଜୀବନ ବଂଚିବା ପାଇଁ 

ମାଆ ଟିଏ ସିଏ   ସାହା ଟିଏ ସିଏ 

   ଉଦ୍ଧାରିବ ତୋତେ ଭାଇ.... 


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy