ନୀଳ ସମ୍ମୋହନ
ନୀଳ ସମ୍ମୋହନ


ଆକାଶର ନୀଳ ସମୁଦ୍ରର ଜଳ
ଆଣେ ନୀଳ ସମ୍ମୋହନ
ନୀଳ ନୀଳିମା ଠାଣିରେ କଲାକାହ୍ନୁ
ବଇଁଶୀର ନୀଳ ସ୍ଵନ
ଶୁଣି ଗୋପନାରୀ ହେଉଥିଲେ ବାଇ
ଶୁଆ ଶାରୀ ପରି ଉଛର୍ଣ୍ଣ
ନୀଳ କାନ୍ତି ଭରି ଯମୁନାର ତରୀ
ଶୁଣି ନୀଳ ସମ୍ବେଦନ
ଥରି ଉଠି ଉର୍ମିମାଳା ପରି ବୁକୁ ଚିରି
ଦେଖେ ନୀଳମଣି ଶ୍ୟାମଘନ
ନୀଳ ଆଶା ସବୁ ଗୋପୀଙ୍କ ପୁରଣ
ନୀଳମଣି ଆହେ ଘେନ
ରାଇ ରାଇ ଡାକି ନୀଳ ବଇଁଶୀଟି
ସାର୍ଥକ କରେ ତା ଜନ୍ମ
ନୀଳ ଜଳ ମଧ୍ୟେ ଦେଖନ୍ତି ରାଧିକା&nbs
p;
ସତେ ଅବା କାହ୍ନା ଜହ୍ନ
ମନ ଚୋରୀ କରି ଲଗାଇ ହୁନ୍ଦର
ପୋଡ଼ିଯାଏ ସେ କଦମ୍ବ ବନ
ବଇଁଶୀ ବାଜିଲେ ନୀଳ ସମ୍ମୋହନେ
ରାଧିକା ଡାକନ୍ତି କାହିଁ ଗଲ ଶ୍ୟାମଘନ
ତୁମ ପାଇଁ ଆଜି ଏ ନୀଳ କାନନେ
ଉଠେ କମ୍ପନ ଘନ ଘନ
ଲଳିତା ବିଶାଖା ନୀଳ କୁଞ୍ଜେ ଗୁନ୍ଥେ
ନୀଳ ପାରିଜାତ ଆସମାନ
ନୀଳ ଗଭା ନେଇ ଆଭା ବୋଳି ଦେଇ
ନୀଳ ଆକାଶରେ ଘନ
ସବୁ ଏଠି ନୀଳ ନୀଳମଣି ଲାଗି
ଯଶୋଦା ମାଆଙ୍କ ମନ
ଲାଗୁନାହିଁ ଆଉ କୋଉ ନୀଳ ସମ୍ମୋହନ
ଯେଦିନୁ ଗଲାଣି ମଥୁରାକୁ ଶ୍ୟାମଘନ ।