STORYMIRROR

Sunanda Mohanty

Abstract Inspirational Others

3  

Sunanda Mohanty

Abstract Inspirational Others

ନିଦାଘ

ନିଦାଘ

1 min
156


ଗ୍ରୀଷ୍ମ ର ନିଦାଘ ସହିହୁଏ ନାହିଁ ସିନା 

ଚନ୍ଦନ ଲେପନ ଝିନ ବସନ ନୁହେଁ ମନା 

ଦହିପଖାଳ କୁ କାକୁଡି ଲେମ୍ଭୁ ଲୁଣ ଘେନା 

ବର୍ଷା ର ନିଦାଘ ମଲ୍ହାର ତୋଳେ 

ମେଘ ନିଦାଘେ ମୟୂର ନୃତ୍ୟଙ୍ଗନା ବଳେ 

ଗ୍ରୀଷ୍ମ ର ନିଦାଘ ବଢିଲେ ଗମଗମ ଝାଳେ 

କୃଷକ ଭାଇଟି ଶାନ୍ତି ଖୋଜେ ଗଛତଳେ 

କାଳିଆ ଖୋଜନ୍ତି ମାଣିକପାଟଣା ମାଣିକକୁ 

ଘୋଳ ଦହି ସାଥେ ଲେମ୍ବୁ ଲୁଣ ଦେବ ହେଳେ 

ଫଗୁଣ ନିଦାଘ ମନେ ଅବୀର ବୋଳେ 

ମଳୟ ନିଦାଘ ସନ୍ତୋଷ ଦିଏ ସାଗର କୂଳେ 

ଶ୍ରାବଣ ନିଦାଘ ଦୁଇଟୋପା ହୋଇ ବହିଯାଏ ତଳେ 

ଇର୍ଷା ପରଶ୍ରୀକାତରତାର ନିଦାଘ ଛାଡିଲେ 

କଳେ ବଳେ କଉଶଳେ କୌତୂହଳେ 

ଚକ ଚକ ସୁନା ପରି ଚମକିବ ବେଳ ଅବେଳେ 

ଯେମିତି ତୃଷାର ନିଦାଘ ବରଷା ମାପିଥାଏ 

କାମନା ନିଦାଘ ଜତୃଗୃହ ସାଜିଥାଏ 

ନିଦାଘ ବେଳାରେ ମିଠା ବଚନ ରେ 

ଜନ ମନ ଯିଏ ମୋହେ ତା ପରି ମଣିଷ କିଏ? 

ଶହନଶୀଳତା ଥିଲେ ନିଦାଘରେ ଶାନ୍ତି ମିଳିଯାଏ 

ମୁଁ ନିଦାଘ ବେଳର ଉପଶମ ପାଇଁ 

କାଳିଆ ଆଖିକୁ ଚାହେଁ ଓଁ ଶାନ୍ତି ଓଁ କହେ 

ହେଲେ ଦୁଇଭାଇ ଜଗା ବଳିଆ 

ନିଦାଘ ଉପଶମ ପାଇଁ କେବେ ମାଣିକକୁ 

କେବେ ମାଉସୀମା ଙ୍କୁ ମନେ ପକାଇ ରହେ 

କେବେ ପୁଣି ଅହଲ୍ୟା କେବେ ମୀରା କେବେ ରାଧା 

କେବେ ଦେବଦାସୀ କେବେ ସାଗର ଦୁଲଣୀ 

ମୁଁ ମହାପ୍ରସାଦ କୁ ଚାହିଁଥାଏ



Rate this content
Log in

Similar oriya poem from Abstract