STORYMIRROR

pranati Mahapatra

Inspirational Children

3  

pranati Mahapatra

Inspirational Children

ନିଆରା ମଣିଷ କେଶୁ ଦାସ

ନିଆରା ମଣିଷ କେଶୁ ଦାସ

1 min
236


ଭାରୀ ସାଧା ସିଧା ଆପଣାର ଅତି

      ନିଜର ମଣିଷ ଟିଏ

ନାହିଁ ଗର୍ବ ଅହଂକାର ଲୋଭ ହିଂସା

       ନିଆରା ଶିଳ୍ପୀ ଟିଏ।


ଉଣେଇଶ ପଞ୍ଚଷଠି ମାର୍ଚ୍ଚ ଏକ

     ମାର୍ଗଶିର କୃଷ୍ଣ ଏକାଦଶୀ

ପିତା ରାମକୃଷ୍ଣ ମାତା ସୁଶୀଳା ଙ୍କୁ

        ଦେଇ ଅସରନ୍ତି ଖୁସି।

       ଦୁବଲା ଗଡ଼ ଗ୍ରାମବାସୀ,

ତୁମକୁ ପାଇ ଧନ୍ୟ ହୋଗଗଲେ

       ଧନ୍ୟ ବାଲେଶ୍ବର ବାସୀ


ଏକାଦଶ ପଢ଼ି ଆଗକୁ ନବଢି

    ଶିଖିଥିଲେ ମୂର୍ତ୍ତିର କଳା

ପ୍ରଥମ ପ୍ରଦର୍ଶକ ହୋଇଲେ

     ଗୁରୁ ଯୁଧିଷ୍ଠିର ମାନ୍ନା,

    ଗୁରୁ ବ୍ରଜଙ୍କ ପ୍ରେରଣା

ଉତ୍ତର ଓଡିଶା କେବଳ ଯେ ନୁହେଁ

 ସର୍ବେ କେଶୁ କାର୍ଯ୍ୟେ ବଣା।


ଗୁରୁ ବିଶ୍ଵେଶ୍ଵର ଓ ଗୋପାଳ ଚନ୍ଦ୍ର

     ନିର୍ଦ୍ଦେଶରେ ଖଲ୍ଲିକୋଟ,

ଚାରୁ,କାରୁକଳା ,ଚିତ୍ରକଳା ପାଇଁ

      କେଶୁ ପଢିଥିଲେ ପାଠ,

କରିଲେ ଶିକ୍ଷା ସମାପ୍ତ

 ଶାନ୍ତି କାନନ ନିକଟେ ବିଦ୍ୟାଳୟେ

ହୋଇଥିଲେ କଳା ଶିକ୍ଷକ


ସଭାପତି ବ୍ରଜନାଥ ରଥ ଅନୁମୋଦନ

    ଶାନ୍ତି କାନନେ ପ୍ରବେଶ

କଳା ଜୀବନର ନୂତନ ଅଧ୍ୟାୟ

     ଆଣିଲେ ଯେ କେଶୁଦାଶ

କାର୍ଟୁନିଷ୍ଟ ସହ ସମ୍ପାଦକ

      ଚନ୍ଦ୍ରଭାଗୋତ୍ସୋବ ପ୍ରଥମ କାର୍ଟୁନ

ପ୍ରଦର୍ଶନୀ ସଫଳତା


ଜଉ କଣ୍ଢେଇ, ଝୋଟି ପ୍ରତିଯୋଗିତା

    ଆଦିବାସୀ ଚିତ୍ରକଳା

ନବମାତୃକା ପୂଜାପଟିଦିଅଁ ଅଙ୍କନ 

    ନୀଳରକ୍ତ କଙ୍କଡା ସୁରକ୍ଷା

ନୋସି ଫେସବୁକ କବିତା

     ଆଦିବାସୀଙ୍କ ବିକାଶ ଧାରା

କବି ଲେଖକଙ୍କୁ ଶାଳ ବଣି ନେଇ 

      ପ୍ରସ୍ତରେ ଯେ ଚିତ୍ରକଳା


ବାଲେଶ୍ବର ରେ କୋଶମ୍ବ ନଗର

     ଆରମ୍ଭ କୋଶମ୍ବ ଗଡ଼ରେ

ସବୁବେଳେ ଲାଗେ ମେଳା

     ଚୀନ ରେ ନୀଳରକ୍ତ ସୁରକ୍ଷା

ତ୍ରିବେଣୀରେ ପିଣ୍ଡ ଦାନ ମହାଯଜ୍ଞ

      ତିନି ସର୍ଟ ଫିଲ୍ମ ନିର୍ଦ୍ଦେଶନା


ଅ ଆ ଠାରୁ ୟ ଲ ଯାଏ

   ଓଡ଼ିଆ ର ବର୍ଣ୍ଣ ମାଳା

କରୋନା ସମୟେ ଆମ କେଶୁ ଭାଇ

   ଶିଖାଇ ଲେ ନୂଆ କଳା 

     ମର୍ଡ ଆର୍ଟର ପରୀକ୍ଷା

 ୨୦୨୧ ଜାନୁଆରୀରେ କୋଶମ୍ବ ନଗରେ

     ଆରମ୍ଭିଲେ ଚିତ୍ରକଳା।



ନିଆରା ମଣିଷ ଭାଇ କେଶୁଦାସ

   ସବୁ ତାଙ୍କର ନିଆରା

ପ୍ରେମ ବି ନିଆରା କବିତା ନିଆରା 

    ବେଶ ତାଙ୍କର ନିଆରା

ଠାଣି ବାଣୀ କଥା ନିଆରା

     ଭାରୀ ସାଧାସିଧା ଅତି ଆପଣାର

ଭାଇ କେଶୁ ଦାସ ପରା।



Rate this content
Log in

Similar oriya poem from Inspirational