ନବଯୌବନ
ନବଯୌବନ
ଜରରେ ଶୋଇ ରହି ରହି
ପଥି ଖାଇ ପଟି ଦିଅଁ ଦେଖାଇ
ପ୍ରଭୁ ମୋ ଦୁର୍ବଳ ଯାଇଛନ୍ତି ହୋଇ
ଫୁଲୁରି ତେଲ ଉପଚାରେ ସତେଜ ହୋଇ
ନବଯୌବନ ଦର୍ଶନ ଦେବେ ଚତୁର୍ଦ୍ଧା ସାଇଁ
ଦର୍ଶନ କରିବେ ଭକ୍ତଜନ ରହନ୍ତି ଚାହିଁ
ମଣିଷକୁ ଆଶ୍ୱାସନା ଦେବା ପାଇଁ
ମଣିଷ ପରି ସବୁ କର୍ମ କରନ୍ତି ଭାବଗ୍ରାହୀ
ବୁଲିବାକୁ ଯିବେ ମାଉସୀମା ଘର ସୁନ୍ଦର ହୋଇ
କେତେ କେତେ କଥା କରୁଥାଅ ଗୋସେଇଁ
ଭକ୍ତ ଆଖି ଛଳଛଳ ଢଳଢଳ
ତୁମ ଦୁଃଖ ସୁଖେ ସାମିଲ ହୋଇ
ସୃଷ୍ଟିର ଦୁଃଖ ଲାଘବ ପାଇଁ
ଏତେ ଲୀଳା ଖେଳା କର ପୁରୀରେ ରହି
ମଣିଷ ସଙ୍ଗେ ମଣିଷ ହୋଇ
ଅଙ୍ଗେଲିଭା କେତେ କଥା ଲେଖୁଛ
ପରପିଢ଼ି ପାଇଁ ସୃଷ୍ଟି ବଞ୍ଚିବା ପାଇଁ
ଯୁଗ ପରେ ଯୁଗ ଆସୁଛି ଯାଉଛି
କେବେ କୃଷ୍ଣ କେବେ ରାମ ହୋଇ
କାଳିଆ ସାଆନ୍ତ ନବଯୌବନ ଦର୍ଶନ
ଭକତ ହୃଦୟ ପ୍ରାଣ ନେଉଛ ମୋହି ।
