STORYMIRROR

Balabanta Sahu

Romance

2  

Balabanta Sahu

Romance

ନାୟିକାର ସ୍ପର୍ଶ

ନାୟିକାର ସ୍ପର୍ଶ

1 min
13.8K


ହଠାତ୍..

 ବଦଳିଯାଏ ସବୁକିଛି..

 ଟିଭି ଚେନାଲ ପରି..

 ଟିଟିଲାଗଡର ହୁତୁହୁତୁ ନିଆଁର ଜ୍ୱାଳା

 କୁମୁଡା ପାର୍ଶ୍ବରୁ ବହି ଆସୁଥିବା ଝାଞ୍ଜି ପବନ

 ଶୀତାଳତା ଦେଉଥାଏ..

 କାରଣ ଖୋଜିବାରେ ବ୍ୟସ୍ତ ମସ୍ତିଷ୍କ,

 ଭାବନା ତା'ର ଭାବନାରେ...

 ବଇଚି ସେ ନଈର ପ୍ରଶସ୍ତ ବୁକୁରେ

 ଆକାଶର ଛାତ ତଳେ

 ମୃଦୁ ମଳୟର ନିୟନ୍ତ୍ରିତ ଜଳବାୟୁରେ

 ହଠାତ ପୁଣି...ଏ କା' ସ୍ୱର ?

 କୁଳୁ କୁଳୁ ଶବ୍ଦରେ ମଧ୍ୟ ଖୁବ ପ୍ରାଞ୍ଜଳ ଭାବେ 

 ଶୁଭୁଥାଏ- "ଏଇ ଶୁଣୁନ ?"

 କୁଞ୍ଚିତ କେଶର ଲମ୍ବା ବେଣୀ

 ଭାବପୂର୍ଣ୍ଣ ଚୋରା ଚାହାଣୀ 

 ତୃଷାର୍ତ୍ତ ଓଠ

 ଓଠରେ ସ୍ମିତ ହସ 

 ଓଦା ସର୍ ସର୍ ଭିଜା ଦେହ

 ତା' ଉପରେ ଧଳା ପରିଚ୍ଛଦ ।

 ମୃଦୁ ମୃଦୁ ପାଦ..

 ବଢୁଛି...ଆଗକୁ ଆଗକୁ...

 ମୋ ପାର୍ଶ୍ୱକୁ...

 ହୋଇ ଆସୁଛି ନିକଟରୁ ନିକଟତର...

 ହଠାତ୍...ଚମକିଉଠେ ମାଁ'ଙ୍କ ଡାକରେ

  "ଆରେ ଉଠୁନୁ..."

 ଉଠିକି ଅନୁଭବ କରେ 

 ପୂର୍ବବତ୍ ଝାଞ୍ଜି , ଜ୍ୱାଳା , ଜଳନ....

 ତା' ସାଥେ ସାଥେ..ମଝିରେ ମଝିରେ ଶୀତଳତା

 ସତେକି ଧାଇଁ ଆସି ଛୁଇଁ ଦେଇଗଲା ପରି ବସନ୍ତ

 ନା, ସେ ବସନ୍ତ ତ ନୁହେଁ...

 ସେ ଥିଲା ନାୟିକାର ସ୍ପର୍ଶ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance