STORYMIRROR

DILIP KUMAR SAHOO

Tragedy

4  

DILIP KUMAR SAHOO

Tragedy

ନାଥ ଥାଉଥାଉଅନାଥ ଦୁନିଆ

ନାଥ ଥାଉଥାଉଅନାଥ ଦୁନିଆ

1 min
175

   


   କେତେଦିନ ମନା ଦେଉଳ ଦୁଆର

   କୁହ ଆହେ ଚକାଆଖି

   ଧୂପ ଅବକାଶ ନିତି ନୂଆ ବେଶ

   ଭକତ ପାରୁନି ଦେଖି

  କେତଦିନ ଆଉ ରହିବ ଏମିତି

  ଆପଣା ଲୋକଙ୍କୁ ଠକି

   କୁହ ଆହେ ଚକାଆଖି...


   ବାଇଶି ପାହାଚେ ନାହିଁତ ଗହଳୀ

   ସି°ହଦ୍ବାର ଖାଲିଖାଲି

   ଅରୁଣ ସ୍ତମ୍ଭକୁ ଛୁଇଁ ହେଉନାହିଁ

   ଦୀପ ବି ପାରୁନୁ ଜାଳି

   ଗୁମୁଟ ଭିତରେ ପତିତ ପାବନ

   ଭଲରେ ହେଉନି ଦେଖି

   କାହିଁକି ହେ ଚକା ଆଖି...


   ଚାପ ଖେଳିବାକୁ ଗଲ ନାହିଁ ତୁମେ

   ନରେନ୍ଦ୍ର ରହିଲା ଚାହିଁ

   ସ୍ନାହାନ କରିଲ ସ୍ନାହାନ ବେଦୀ ରେ

   ନଥିଲେ ଭକତ କେହି

   ରଥକୁ ତୁମର ସେବକ ଟାଣିଲେ

   ଦୁନିଆ କୁ ଦେଲ ଠକି

   କୁହ ଆହେ ଚକାଆଖି ...

   

  କାଳ କବଳରୁ ମୁକୁଳିବା ବାଟ

 ଦେଖାଅ ହେ ମହାକାଳ

  କାଳର କୋପରେ କେତେଯେ ଜୀବନ

  ଅକାଳେ ହେଉଛି କାଳ

  ନାଥ ଥାଉଥାଉ ଅନାଥ ଦୁନିଆ

  କାଳ ତରାଟୁଛି ଆଖି

  ଦେଖ ଆହେ ଚକାଆଖି...

  

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy