ନାରୀ
ନାରୀ
ନାରୀ!, ସତରେ ତୁ ଅନନ୍ୟା
ବିବିଧ ବର୍ଣ୍ଣା
ଜୀବନ ଚଲାପଥରେ
ନାନା ଘାତ ପ୍ରତିଘାତ ସହି
ତୁ ସାଜୁ ସଂପୂର୍ଣ୍ଣା
ବଧୂ ନିରୂପମା
ତୁ ବିବିଧ ବର୍ଣ୍ଣା ||
ବାପଘରେ ନଜର ବନ୍ଦୀ
ଶାଶୁ ଘରେ ରକ୍ଷଣଶୀଳା
ପିଲା ଛୁଆର ସଂସାର
ତୁ କେବେ ଥକିପଡୁନା
ଯେତେ ପାଇଲେ ଯନ୍ତ୍ରଣା,ନିର୍ଯ୍ୟାତନା
ଆଉ ଅସହ୍ୟ ବେଦନା
ତୁ ବିବିଧ ବର୍ଣ୍ଣା ||
ଷଡରିପୁ କୁ ଜୟ କରି
ତୁ ସାଜୁ ସୁକନ୍ୟା
ଜୀବନର ଅପରାହ୍ଣ ରେ
ତଳିତଳାନ୍ତ ହେଲେ ବି
ଛୁଆ ଙ୍କ ଶୁଭ ମନାସୁ
ଅବିରତ ବୋହିଚାଲିଲେ ବି
ଲୋତକ ବନ୍ୟା
ନାରୀ, ତୁ ବିବିଧ ବର୍ଣ୍ଣା ||