STORYMIRROR

Trinatha Behera

Others

4  

Trinatha Behera

Others

ଓଡିଶା

ଓଡିଶା

1 min
454


ବନ୍ଦେ ଉତ୍କଳ ଓଡ୍ର କୋଶଳ

କଙ୍ଗୋଦ କଳିଙ୍ଗ ଓଡିଶା 

ସୁନ୍ଦର ପ୍ରଦେଶ ସୁନ୍ଦର ଭାଷା

କଳା କାରୁକାର୍ଯ୍ୟେ ଭୂଷିତା

କିର୍ତ୍ତୀ କିରିଟିନୀ ଭୁବନ ରାଣୀ

ଅରଣ୍ୟ ସଂପଦେ ମଣ୍ଡିତା

ବନ୍ଦେ ଉତ୍କଳ ଓଡ୍ର କୋଶଳ

ଧନ ଧାନ୍ୟେ ପୁରିତା ଓଡିଶା ।।


ନୀଳ ସାଗର ଛୁଏଁ ତୋ ଚରଣ

ଦେହରେ ବହେ ମଳୟ ପବନ

ତୁ ନଦ ଓ ନଦୀ ସମ୍ଭୁତା

ଖଣି ମଧ୍ୟେ ମଣି ରଖିଛୁ ସାଇତି

ତୁ ଘନ ବନ ଭୂମି ଯୁକ୍ତା

ମହାନଦୀ ତୋର ଗଳାର ହାର

ମନ୍ଦିର ଗାତ୍ର ତୋ କିରତୀ ଭଣ୍ଡାର

ତୁ ପାବନୀ ପ୍ରଦେଶ ଓଡିଶା

ବନ୍ଦେ କଙ୍ଗୋଦ କଳିଙ୍ଗ ଉତ୍କଳ

ଦେବ ବୀର ଭୂମି ଓଡିଶା ।।


ନାନା ପଶୁ ପକ୍ଷୀ ବୃକ୍ଷର ସମ୍ଭାର

ନାଚ ଗୀତ ଜାନି ଯାତ୍ରା ପଟୁଆର

ଫୁଲ ଫଳ ନିତି ଭଳିକି ଭଳି

ଦେହରେ ତୋ ଦିଏ ଅମୃତ ବୋଳି

ମନ୍ଦିର ଗାତ୍ର ତୋ କହେ କାହାଣୀ

ଗଙ୍ଗାଠୁ ଗୋଦାବରୀ ଯାଏ ବଖାଣି

ତୋ ଦେହେ ଶୋଭିତ ମଠ ମନ୍ଦିର

ବିରାଜମାନ ଯହିଁ ବଡ ଠାକୁର 

ସର୍ବ ବିଦ୍ୟା ତୋର ପ୍ରତିଟି ଅଙ୍ଗେ

ଚରଣ ବନ୍ଦେ ତୋ ଅତି ସରାଗେ

ତୁ ଆର୍ଯ୍ୟସୂତା ମୁନୀ ଋଷି ଜାତା

ପରମ ପାବନୀ ଉତ୍କଳ ମାତା

ଜ୍ଞାନ ବିଜ୍ଞାନର ତୁ ଏନ୍ତୁଡିଶାଳା

ସ୍ଥାପତ୍ୟ, ଭାସ୍କର୍ଯ୍ୟର ମୁଖଶାଳା

ଭଞ୍ଜ, ରାଧାନାଥ, ସାରଳା ଦାଶ

ମଧୁ, ଗୋପବନ୍ଧୁ ,ସୁବାଷ ବୋଷ

ତୋ କୋଳେ ଜନମି ବରଦା

ବନ୍ଦେ ଉତ୍କଳ ଓଡ୍ର କୋଶଳ

କଙ୍ଗୋଦ କଳିଙ୍ଗ ଓଡିଶା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍