STORYMIRROR

Trinatha Behera

Others

3  

Trinatha Behera

Others

ଏଠି କ'ଣ ଚାଲିଛି?

ଏଠି କ'ଣ ଚାଲିଛି?

1 min
274


ମାଙ୍କଡ ହାତରେ ଶାଳଗ୍ରାମ ଏଠି

ଅନ୍ଧ ଦେଶେ ବିକ୍ରି ହୁଏ ଦର୍ପଣ

ବିରାଡି କପାଳେ ଶିକା ଛିଣ୍ଡେ ନିତି

ତେଲିଆ ମୁଣ୍ଡରେ ତେଲ ହିଁ ଜାଣ


ନୀରବରେ ସହି କଲେ ହଜମ

ସ୍ବାର୍ଥୀ ଦୁନିଆରେ ପ୍ରିୟପାତ୍ର ତୁମ୍ଭେ

ବଦହଜମେ ଅରଣ୍ୟେ ରୋଦନ...

ବିରାଡି ବୈଷ୍ଣବେ ଯେ ମାଡି ବସିବେ

 ଅଣ୍ଟି ଛୁରୀ ତଣ୍ଟି କାଟେ ଯେସନ ାା


ଏ ଘର ମାଉସୀ ସେ ଘର ପିଉସୀ 

କୁଜି ନେତା ଟାଉଟର ହୁଅନ୍ତି

ଅଦା ବେପାରୀଏଁ ନିତି ନିତି ଏଠି

ଜାହାଜର ମୂଲଚାଲ କରନ୍ତି

ଅଳସୁଆ କରେ ବାରବାଟୀ ଚାଷ

ହାତ ଅଳସରେ ବଙ୍କା ହୁଏ ନିଶ

ଦୁନିଆର ରୀତି ଏଇ....

କହି ଦେଲେ ଥରେ ବୀର ଦର୍ପରେ

ବଳଦ ବିନ୍ଧିବାଟା ପକ୍କା ଭାଇ ାା 


ପୁଣି ଗାଆଁ କନିଆଁ ତ ସିଂଘାଣି ନାକି

ତା ମଧ୍ୟେ ପ୍ରତିଭା କେ ନ ଦେଖନ୍ତି

ଯିଏ ଆଗୁସାର ଦିଅନ୍ତି ଗୋଡ ଟାଣି 

କଙ୍କଡା କୁ ସୋହେ ଗୋଳିଆ ପାଣି

ସଭିଁଏଁ ଡାଙ୍ଗରେ ମହୁ ଯେ ଖାଆନ୍ତି

ହାତେ ନ ମାରିକି ଭାତରେ ମାରନ୍ତି

କିଛି ବକ ଧାର୍ମିକ ସାଜି ଏଠି...

ଏ ଦୁନିଆ ବୁକୁରୁ ଚାଲିଛି କେବଳ

ଜୋର ଯାର ମୁଲକ ତାର ନୀତି ାା 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍