STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ନାରୀ

ନାରୀ

1 min
361

ନାରୀ ସିଏ ନାରୀ

ଯାହା ପାଇଁ ଏହି ସୁନ୍ଦର ଦୁନିଆ

ମମତାରେ ଯାଏ ଭରି

ନାରାୟଣୀ ସେତ ଶକତି ରୂପିଣୀ

ଅସୀମ କରୁଣା ବାରି

ନାରୀ ସେ ନାରୀ ll

ସୃଷ୍ଟି କରିଣୀ ବିଶ୍ବ ମୋହିନୀ

ଜନନୀ ଭଗିନୀ ଜାୟା

ପ୍ରେମ ତରଙ୍ଗିଣୀ ପ୍ରିତି ନୀର୍ଝରିଣୀ

କ୍ଷମା ପୁଣି ସେତ ଦୟା

ପରଷରେ ତାର ପୁଲକିତ ଧରା 

ଶରଧା ପଡଇ ଝରି

ନାରୀ ସେ ନାରୀ ll

ପ୍ରେରଣା ଦାୟିନୀ ସ୍ନେହ ପ୍ରଦାୟିନୀ

ଦରଦୀ ହୃଦୟ ଟିଏ

ମଳୟର ସେତ ମଧୁର ମୂର୍ଛନା

ଅମୃତ ର ଶ୍ରୋତ ସିଏ

ନୀରବରେ ସିଏ ସବୁ ସହିପାରେ

ଅରୀ ଟାଣ ପାରେ ଚୁରି

ନାରୀ ସିଏ ନାରୀ ll

ତା ସାଥିରେ ସାଥୀ ବାଦ କଲେ ଏଣେ

ବଳେଇ ପଡେରେ ଦୁଃଖ

ଅଧା ବାଟେରଥ ଅଟକି ଯାଏରେ 

ଚାଲେ ନାହିଁ ଅଖ ଚକ 

ପରଷରେ ତାର ହସେ ମରୁଭୂମି 

ସବୁଜିମା ଯାଏ ଭରି

ନାରୀ ସେ ନାରୀ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational