STORYMIRROR

Lalit kumar Swain

Inspirational

3  

Lalit kumar Swain

Inspirational

ନାରୀ ସ୍ୱାଧୀନତା

ନାରୀ ସ୍ୱାଧୀନତା

1 min
51


ଲହୁ ଲୁହ ଦେଇ   ପୁରୁବପୁରୁଷ

    ଆଣିଥିଲେ ସ୍ୱାଧୀନତା

ବିଶୃଙ୍ଖଳା ବୋଲି  ଅର୍ଥ ବୁଝି ତାର

    କରିଛେ ତାକୁ ଥଟ୍ଟା।

ସ୍ୱାଧୀନତା ଅର୍ଥ   ବିଶୃଙ୍ଖଳା ନୁହେଁ

    ବେଳ ଥାଉ ଯାଅ ବୁଝି

ପୂର୍ବଜଙ୍କ ତ୍ୟାଗ  ପ୍ରାଣ ବଳିଦାନ

   ମହତ ରଖ ହେ ହେଜି।

ଆଜିବି ଏ ଦେଶ  ଝିଅ ବୋହୁ ମନେ

     ହୁଅନ୍ତି ଅତ୍ୟାଚାରୀତ

କନ୍ୟାଭ୍ରୁଣ ହତ୍ୟା   ଏସିଡ ଫିଙ୍ଗିବା

    ଅବା ହେଉ ଆତ ଯାତ।

କନ୍ୟା ଶିକ୍ଷା ଦୀକ୍ଷା  ଯଉତୁକ ହତ୍ୟା

    ହୋଇ ଯାଉ ମୁଳପୋଛ

ନାରୀର ମର୍ଯ୍ୟଦା  ଉଚ୍ଚ ସ୍ଥାନ ପାଇଁ

     ହୁଅନାହିଁ ଆଗ ପଛ।

ପୁରୁଷଙ୍କ ଭଳି   ନାରୀ ଆଜି ଚାଲେ

     କାନ୍ଧ ରେ କାନ୍ଧ ମିଳାଇ

ତଥାପି କାହିଁକି   ନାରୀଟିଏ କାନ୍ଦେ

     ଏ ପୁରୁଷ ସମାଜ ପାଇଁ।

କେତେ ବିରାଙ୍ଗନା  ବଳିଦାନ ଦେଇ

   ସ୍ୱାଧୀନତା ଦେଲେଆଣି 

ସେ କଥାକୁ ଭୁଲି   ଅନ୍ୟାୟ ଚାଲିଛି

     କେଉଁ ସ୍ୱାର୍ଥ ପାଇଁ ପୁଣି।

ନାରୀର ସମ୍ମାନ   ସ୍ୱାଧୀନତା ପାଇଁ

    ଅଣ୍ଟା ଭିଡି ହେବା ଠିଆ

ତେବେ ରାମରାଜ୍ୟ  ବାହୁଡ଼ି ଆସିବ

    ସନ୍ଦେହ ନାହିଁ ଟି ଆହା।

ଆହ୍ୱାନ କରୁଛି  ଏ ପୁରୁଷ ଜାତି

   ନାରୀଙ୍କୁ ତୁଛ ନ ମଣ

ନାରୀର ବିକାଶେ  ଦେଶର ବିକାଶ

   ଏକଥା କରିବା ପଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational