STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ନାରୀ ନୁହେଁ ମୂର୍ତ୍ତି

ନାରୀ ନୁହେଁ ମୂର୍ତ୍ତି

1 min
13


ଦେବୀ ଅବା ସାଧାରଣ ନାରୀର ଉଲ୍ଲେଖ

ନାରୀ ଶବ୍ଦ ନିଜେ ପୂର୍ଣ୍ଣ ଶକ୍ତିର ପ୍ରତୀକ

ଦକ୍ଷ ବା ନିର୍ଭୀକ ,ପ୍ରାୟତଃ ସବୁ ସମାନ

ନାରୀ ମୂର୍ତ୍ତି ନୁହେଁ, ମଣିଷ ଓ ସାଧାରଣ

ଅତୀତ ଚଳନ୍ତି ଓ ଆଗାମୀ ଯୁଗ ନାରୀ

ନିର୍ଭୀକତା ର ପ୍ରତୀକ ସହିତ ସଂସ୍କାରୀ


ମାତା,ଭଗ୍ନୀ,କନ୍ୟା,ପତ୍ନୀ ରୂପରେ କାହାଣୀ

ପ୍ରତି ପରିବାର ,ସମାଜର ଏ ଚଳଣି 

କାହା ପାଇଁ ମୂର୍ତ୍ତି ସମ ହୋଇନି ନିର୍ମାଣ

ନାରୀ ପ୍ରତି ମନ୍ତବ୍ୟ ନିହାତି ଅଶାଳୀନ

ଏଇ ସମାଜ ଜାଣିବା ନିହାତି ବିଧେୟ

ମୂର୍ତ୍ତି ନୁହେଁ, ଏ ମଣିଷ ପରି ନାରୀ ଦେହ


ନାରୀ ନୁହେଁ କାହା ପରିଚୟ ପତ୍ର ସମ

ଈଶ୍ୱରଙ୍କ ସ୍ବରୂପ ହିଁ ନାରୀ ଅନୁପମ

ତ୍ୟାଗ ପ୍ରେମ ସମର୍ପଣ ଭାବନା ସହିତ

ନିଜ ପାଇଁ ନିଜେ ନାରୀ କରେ ସମର୍ପିତ

କୃଷ୍ଣ,ବିଷ୍ଣୁ,ଶିବ ପାଇଁ ଭକ୍ତି,ପ୍ରେମ,ଧ୍ୟାନ

ନାରୀ କିନ୍ତୁ ପ୍ରତ୍ୟେକ ରୂପରେ ବିଦ୍ୟମାନ


ଆତ୍ମ ସମ୍ମାନ ପ୍ରାୟ ଝାନ୍ସି-ରାଣୀ ଯେପରି

ସତୀ ପରି ବଳୀ,ଅଗ୍ନି ମଧ୍ୟେ ସୀତା ପରି

ରାକ୍ଷସ ଙ୍କ ପାଇଁ ଦେବୀ ଦୁର୍ଗା ଅବତାରେ 

ସମ୍ମାନ ପାଇଁ ସାହସ ପ୍ରତ୍ୟେକ କାର୍ଯ୍ୟରେ


କେହି ନ ବୁଝିଲେ ନାରୀ ନୀରବରେ ସହେ

ଆଖିର ଲୁହ ଛାତିରେ ଚାପି ରଖି ଥାଏ

ନାରୀ ପାଇଁ କେହି ଗର୍ବିତ ,ନାହିଁ କା' ଗର୍ବ

ବିପଦ ଆସିଲେ ନିଜକୁ ରଖେ ନୀରବ


ନାରୀ ନୁହେଁ ମୂର୍ତ୍ତି,ଗୋଟିଏ ମଣିଷ ମାତ୍ର

ହେ,ପୁରୁଷ ବର୍ଗ,ନାରୀ ହେଉ ସମ ମିତ୍ର ।




Rate this content
Log in

Similar oriya poem from Abstract