STORYMIRROR

SARATA KUMAR DAS

Comedy

4  

SARATA KUMAR DAS

Comedy

ନାଁ ଟି ମୋର ଖବରକାଗଜ

ନାଁ ଟି ମୋର ଖବରକାଗଜ

1 min
361


ନଆଁ ଟି ମୋହର ଖବରକାଗଜ 

ଖବର ଦିଏ ମୁଁ ନିତି

ସକାଳୁ ସକାଳୁ ଯାଏ ମୁଁ ପହଞ୍ଚି

ପାହୁ ବା ନ ପାହୁ ରାତି ।


ସବୁଠି ପାଏ ମୁଁ ସେନହ ଆଦର

ଗାଁ ଠୁ ସହର ଯାଏ,

ସବୁରି ମେଳରେ ହସୁଥାଏ ମୁଁ ଯେ

ଛୁଆ ଠାରୁ ବୁଢା ଯାଏ ।


ଦେଶ ବିଦେଶର ତାଜା ଖବରରେ 

ଭରିଥାଏ ମୋର ପେଟ,

ଡର ବା ଭୟକୁ ଖାତର ନଥାଏ

ମାନେ ନା କାହା ଆକଟ ।


ଯେଉଁଠି ଚାହେଁ ମୁଁ ପହଂଚେ ସେଇଠି

ସ୍ବର ମୋ ମୁକୁତ ସଦା,

ସକାଳରୁ ରାତି ଦେଖେ କେତେ ଛବି

ସତ କହେ ସରବଦା ।


ପର ବା ଅପର ଭେଦ ଭାବ କିଛି

ନଥାଏ ଅନ୍ତରେ ମୋର,

ମୋ କଥାକୁ ନେଇ ଆଲୋଚନା କେତେ

ଘର ଠାରୁ ଯେ ବାହାର ।


ରାଜନୀତି ହେଉ ଅବା ଅର୍ଥନୀତି 

ସାହିତ୍ୟ ଅବା ବିଜ୍ଞାନ, 

ବାରତା ଦିଏ ମୁଁ ନିତି ନିତି ନୂଆ

ଖେଳ ବା ମନୋରଞ୍ଜନ ।


ଆସ ଆସ ପିଲେ ଆସ ମୋ ପାଖକୁ

ସାଙ୍ଗ ହେବା ହସି ହସି,

କେତେ କଥା ମୁଁ ଯେ କହିବି କାନରେ

ହେଉଥିବ ତୁମେ ଖୁସି ।



Rate this content
Log in

Similar oriya poem from Comedy