STORYMIRROR

Prabhati Mahapatra

Comedy

3  

Prabhati Mahapatra

Comedy

ନାଲି ପାଣିର ଯାତ୍ରା

ନାଲି ପାଣିର ଯାତ୍ରା

1 min
215

ଦେଶୀ ବିଦେଶୀ ମୋ ରଙ୍ଗ

ମୋ ମାୟାରେ ପଡି ହୁଅନ୍ତି ସାଙ୍ଗ

କିଏ ଦେଖୁଥାନ୍ତି ଗାଢେଇ ଗାଢେଇ

କିଏ ସେ କରନ୍ତି ବ୍ୟଙ୍ଗ

ଏମିତି କେତେ ମାରନ୍ତି ନାତେ

ଆଉ କିଏ ଚଙ୍ଗ ଚଙ୍ଗ

ଆହା ! ଦେଶୀ ବିଦେଶୀ ମୋ ରଙ୍ଗ ।

କେବେ ଦିଶୁ ଥାଏ ନାଲି ରକ୍ତ ଭଳି

କେବେ ଦିଶେ ନେଳି ନେଳି 

ସୁନ୍ଦର ବୋତଲେ ସଜ ହେଉ ଥାଏ

ରୂପ ମୋ ଭଳି କି ଭଳି 

ବଦଳାଇ ଦିିଏ ମୁହଁର ଭାଷାକୁ

ଚାଲିରେ ଧରେ ସେ ଚେଙ୍ଗ

ଆହା ! ଦେଶୀ ବିଦେଶୀ ମୋ ରଙ୍ଗ ।

ମା ଭଉଣୀଙ୍କୁ ସେନେହ ନକରି

ଆଦରି ନିଅନ୍ତି ମୋତେ

କାହାର ନଜର ନପଡେ ଯେମିତି

ପ୍ରେମିକା ଭାବନ୍ତି ସତେ 

କେତେ ଥର ଚୁୁୁମି ଭାବକୁ ଦେଖାନ୍ତି

ନାଟକୀୟ ଯେହ୍ନେ ଅଙ୍ଗ

ଆହା ! ଦେଶୀ ବିଦେଶୀ ମୋ ରଙ୍ଗ ।

ପିଇ ଗଲା ପରେ ଆକାଶରେ ଉଡେ 

ପାଦ ଛୁୁଏଁ ନାହିଁ ମାଟି

ପଞ୍ଚ ଦ୍ଵାର ଖୋଲି ଆସୁ ଥାଏ ଚାଲି

ଉକୁୁୁଚି ମାରେ ହାକୁଟି

ଦାନ କରୁ ଥାନ୍ତି ତା ମହଲକୁ

କୋଣାର୍କ ଗଢନ୍ତି ବସି

ଲାଠିକୁ ଭାବନ୍ତି ଖଣ୍ଡା ହତିିିିଆର

କ୍ଷଣିକେ କରନ୍ତି ଜଙ୍ଗ

ଆହା ! ଦେଶୀ ବିଦେଶୀ ମୋ ରଙ୍ଗ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy