STORYMIRROR

Balaram Barik

Comedy Thriller

4  

Balaram Barik

Comedy Thriller

ନାଇଟ୍ କୋଚ୍

ନାଇଟ୍ କୋଚ୍

1 min
380

ପୁସ୍ ବ୍ୟାକ୍ ସିଟ୍।


ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା।


ଏୟାର ସସ୍ପପେନସନ୍ କମ୍ଫର୍ଟ।


ତଥାପି ବସ୍ ଭିତରେ ନିଘୋଡ଼ ନିଦ ଆସେନି।


ରାତ୍ରିର ତୃତୀୟ ପ୍ରହରେ 


ନଥାଏ କିଛି ସୋର୍ ଶବ୍ଦ।


ଖାଲି ଟାୟାର ଗୁଡିକର ଚାପା ଗୁଞ୍ଜରଣ




ନାଇଟ୍ କୋଚ୍ ଗୁଡିକ 


ପରସ୍ପରକୁ ତୀବ୍ର ଗତିରେ 


ଅତିକ୍ରମ କରିବାର ପ୍ରତିଯୋଗୀତା ଚାଲିଛି।




ହାଲ୍କା ପତା ଟେକି ଦେଖିଲି ,


ଲାଗିଲା ଯେମିତି


ହାତ ଠାରି ଡାକୁଛନ୍ତି ଜନ୍ତୁରାଣ।




ଚାଳକ ହାତରେ ଜୀବନକୁ ସମର୍ପି ଦେଇ


ଆଖିବୁଜି ଶୋଇବାକୁ


 ନିଜ ସହ ସାଲିସ୍ କରିନିଏ।




ପତଳା ନିଦ ଟିକେ ଆସୁ ଆସୁ 


ଶୁଭେ ସିଂହର କର୍କଶ ଗର୍ଜନ।


ଭୟ ଲାଗେ ,ଅପ୍ରୀତିକର ଅନୁଭବ ହୁଏ




କଣ ଏ ହିଂସ୍ର ମୁହଁରୁ ମୁକୁଳି ପାରିବି ଆଜି!


ଛାନିଆରେ ନିଦ ଭାଙ୍ଗିଯାଏ।


ବୁଲି ଦେଖିଲା ବେଳକୁ 


ଧୋତି ଓ ପାଇଜାମା ପିନ୍ଧିଥିବା ବୟସ୍କ ସିଂହ


ଦିନ ଯାକର କ୍ଲାନ୍ତିକୁ ପବନ କରୁଛନ୍ତି




ରାତିସାରା ନିଜ ଜିନିଷକୁ 


ନିଜ ଦାଇତ୍ୱ ଓ ନିଜ ନିୟନ୍ତ୍ରଣ 


ଭିତରେ ରଖିବାକୁ ଚେଷ୍ଟା ଜାରି ରଖିଥାଏ।




ନାଇଟ୍ କୋଚ୍ ର ସଫର୍ 


ହେବାକୁ ବେଫିକର୍ 


ପୁଣି ନିଦ ଭାଙ୍ଗିଗଲା ଟାଇଁ ଟାଇଁଆ ଶବ୍ଦରେ 


କଟକ୍ କଟକ୍ କଟକ୍ 


ଭାଇ ଏଇଠି ଟିକେ ଅଟକ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy