ନା କହି ହୁଏ ନା ସହି ହୁଏ
ନା କହି ହୁଏ ନା ସହି ହୁଏ
ଶିଶୁଟିଏ ପାଇଁ ମା' ମନ କେଡେ ଆକୁଳବିକଳ ହୁଏ
ସେଇ ଶିଶୁଯେବେ ଅଲୋଡ଼ାଟି ହୋଇ ରାସ୍ତାକଡରେ ଶୁଏ
ନା କହିହୁଏ ନା ସହିହୁଏ |
ନିରୀହପିଲାଟି ଖାଇବା ପାଇଁକି ଭିକାରି ଟି ସାଜିଥାଏ
ମିଛରେନାଟକ କରୁଛି ଭାବିକି ବାଟୋଇ କଡେଇଯାଏ
ନା କହିହୁଏ ନା ସହିହୁଏ |
ରୋଗୀଣା ମା,ର ମୁହଁରେ ଟିକିଏ ହସ ଫୁଟେଇବାପାଇଁ
ଅର୍ଥଅଭାବରେ ପିଲାଟି ବାରଦୁଆର ଅଇଁଠା ମାଜୁଥାଇ
ନା କହିହୁଏ ନା ସହିହୁଏ |
ସେଇ ପିଲାଟିକୁ ଅଫିସରବାବୁ ଚୁପଚାପ ଯାଇ ପଚାରେ
କାହାରେ ବାଇଆ ସତସତକହ ଏ ମାଲିକକି ତତେମାରେ
ନା କହିହୁଏ ନା ସହିହୁଏ |
ସେଇ ପିଲାଟିର ଆଖିରେ ଭାସଇ ରୋଗିଣା ମାର ମୁହଁ
ମାଡକୁ ତସିଏ ଆପଣା କରିଛି ଚିହ୍ନତ ସାରାଦେହ
ନା କହିହୁଏ ନା ସହିହୁଏ |
କୋମଳ ଏ ଶିଶୁ ନିରୀହ ତାଆଖି ଅସୁମାରୀ ତାରସ୍ୱପ୍ନ
ସେ ସ୍ୱପ୍ନ ସାକାର ହେବାକୁଦିଏନି ଏ ପିଶାଚ ପରାଏ ଜନ
ନା କହିହୁଏ ନା ସହିହୁଏ |
ଏ ସମୟଟା ଆସି ଏମିତି ହେଲାଣି କେହିନୁହେଁ ସୁରକ୍ଷିତ
ଛୋଟଛୋଟ ଝିଅ ବାଦ ନ ପଡନ୍ତି ଏ ସମାଜ କାଳେ ଶିକ୍ଷିତ?
ନା କହିହୁଏ ନା ସହିହୁଏ |
ସମାଜର ଠୋକର ଖାଇଖାଇ ସେଇ ଅବଟାକୁ ଚାଲିଯାଏ
ନଥାଏ ତାପାଖେ ମଣିଷ ପଣିଆ ଅନ୍ଧାରରେ ହଜିଯାଏ
ନା କହିହୁଏ ନା ସହିହୁଏ ।