Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sucharita Sena

Others

4  

Sucharita Sena

Others

ପରିବର୍ତ୍ତନ

ପରିବର୍ତ୍ତନ

1 min
210



        

ବିଗତ ବର୍ଷର ଅପେକ୍ଷା ଆଜି

               ସାକାର ହେବାକୁ ଯାଉଛି

ଜନମ ମାଟିରୁ କୋଷ ଦୂରରେ

                 ରହିବାକୁ ଯାହା ପଡୁଛି |

ଅନେକ ଦିନର ଅବଧି ଯେ ଆଜି

            ପୂର୍ଣ୍ଣଛେଦଟି ପଡିଛି

କେତେ ଯେ ଅଥୟ ଅବୁଝା ମନରେ

              ପୂରୁଵା ପବନ ବୋହୁଛି |

ସକାଳୁ ସଞ୍ଜ କଟିଛି ତୋ ପାଖେ

                 ମନେପଡେ ପିଲା ଦିନ

ଯେତେ ବି ଦୂରରେ ରହିଲେ ତୋଠାରୁ

                   ଭୂଲି ନପାରେଏ ମନ |

ଯେତେ ଯେତେ ଗାଁ ପାଖେଇ ଆସୁଛି

                ନୂଆନୂଆ କିଆଁ ଲାଗୁଛି

ଚାଳ ଛପର ଯେ ଗୋଟେ ବି ଦିଶୁନି

                   ସବୁତ ବଦଳି ଯାଇଛି |

ଜେଜେବାପା ସଙ୍ଗେ କେତେ ମୁଁ ଖେଳିଛି

                        ବୁଢା ବରଗଛ ତଳେ

ବୁଢ଼ା ବରଗଛ କାହୁଁ ଚାଲିଗଲା

                          କ୍ଳବ ଘରଟି ମୂଳେ |

ଆମ୍ବ ତୋଟା ପୂରା ନିପାତ ଘଟୁଛି

                    ଖାଁଖାଁ ଲାଗେ ବନ

ଇଟା ପକାଇବା ମେସିନୀ ଲଗେଇ

               ଶବ୍ଦେ ପାଟିଯାଏ କାନ |

ଚଞ୍ଚଳି ନଈରେ ଗାଈ ଲାଞ୍ଜ ଧରି

            ପରି ହେଉଥିଲୁ ଆମେ

ଅଚଳ ପଡିଛି ବନ୍ଦୀ ତା ଶରୀର

             ଆବର୍ଜନା ଖାଲି ଜମେ |

ଭାଗବତ ଟୁଙ୍ଗି ଭାଙ୍ଗି ପଡ଼ିଅଛି

              ଚି଼ହ୍ନବର୍ଣ୍ଣ କିଛି ନାହିଁ

ରାତି ହେଇଗଲେ ପଶା ପାଲି ସହ

              ମଦମାଂସ ଉଡ଼ୁ ଥାଇ |

ଭାଇ ଭାଇ ଏଠି ଵାଡ଼ିଆ ପିଟାରେ

              ଖଣ୍ଡିଆ ଖାବରା ହୁଅନ୍ତି

ବୁଢ଼ା ବାପ ମା ଦାଣ୍ଡରେ ପଡିକି

                ଅଖିଆ ଅପିଆ ମରନ୍ତି |

ଦୂର ପରବତ ସୁନ୍ଦର ଦିଶଇ

           ଅପୂର୍ବ ତାର ଶୋଭା

ପାହାଡ଼କୁ ଭାଙ୍ଗି ନେଇତ ଗଲେଣି

                 ନିଶ୍ଚିନ ଦିଶୁଚି ପ୍ରଭା |

କଣ ହେଉଛି କାହିଁକି ହେଉଛି

        ଦୋଷଵା କାହାକୁ ଦେବା

ଆଧୁନିକ ଆଡକୁ ଗତି ନୁହେଁ ଏ

         ଧ୍ୱଂସ ଆମେ ହେଇଯିଵା |

                        


Rate this content
Log in