ମନେପଡେ
ମନେପଡେ
ନାଉରୀଆର ନିରୀହ ଚାହାଣି
ଖୁସି କରିଦିଏ ମନ
ଭରଷା ବିଶ୍ୱାସ ନିଜଠୁ ଅଧିକ
ସତେକି ମୋ ଜୀବନ |
କଥା ଦେଇଥିଲା ପାରି କରିଦେବ
ଅଥଳ ଗଭୀର ଜଳେ
ନାଆ ମେଲିଦେଇ ଛାଡି ଦେଇଗଲା
ଦରଶନ ଟିକେ ନମିଳେ |
ଅଦୃଶ୍ୟ ସିନା ସେ ଆଖି ପାଲକରୁ
ସଦା ଲାଗେ ମୋର କତି
ନା ଆଖିକୁ ଦିଶୁଚି, ହାତ କୁ ଲାଗୁଛି
ତଥାପି ନିକଟ ଅତି |
ଅଥଳ ଜଳ ରେ କାତ ପାଉନାହିଁ
ବିଷାଦ ଗ୍ରସ୍ତ ଜୀବନ
କେତେ କଥା ତତେ କହିବା ପାଇଁକି
ଖୋଜୁଛି ବିକଳ ମନ |
ଯଦି ଛାଡ଼ିଯିବ ଥିଲା ମନରେ ତୋର
ନାଆ କିଆଁ ମେଲୁ ଥିଲୁ
ବିଶାଳ ହ୍ରଦରେ ପାରିହେବା ପାଇଁ
ଏକା କରି ଚାଲିଗଲୁ |
ନାଆ ମୋର ଝୁଲେ ପବନ ଗତିରେ
ମୁଁ ବି ଦୋଳାୟ ମାନ
ମନକୁ ଆସୁଛି ଲମ୍ଫ ଦେବା ପାଇଁ
ଜଳରେ ଯାଉ ଜୀବନ |
ତଥାପି ନିଜକୁ ମାରି ପାରୁନାହିଁ
ବେଢ଼ି ମୋ ହାତ ଗୋଡ଼ରେ
ବେଢ଼ି ଟା କୋଉ ଲୁହାରେ ନୁହେଁଯେ
ଭାଙ୍ଗି ଦେଇ ତାକୁ ପାରେ |
ତୁ ଚାଲିଗଲୁ ଖୁସି ରେ ଖୁସିରେ
ଏକା ରହିଗଲି ମୁଁ
ବିଶାଳ ସମୁଦ୍ର ଆଗରେ ପଡିଛି
କିଆଁ ଲୁଚିଗଲୁ ତୁ |
ପ୍ରୟାସ କରୁଛି ତତେ ଭୁଲିବା ପାଇଁ
ମନକୁ କରୁଛି ଶାନ୍ତ
ଅମାନିଆ ମନ ବୁଝି ସିନା ଯିବ
ହୃଦୟ ଟା ବିଦାରିତ |
ଅରପରି ରେ ତୁ ଏପାରିରେ ମୁଁ
ତୁ ସିନା ଦେଖୁ ମତେ
ଅବୁଝା ମନଟା ତତେ ଦେଖିବାକୁ
ବିକଳ ହୁଅଇ ଯେତେ |