STORYMIRROR

pranati Mahapatra

Inspirational

3  

pranati Mahapatra

Inspirational

ନ ଥାଏ ବଳ (ମରୁଭୂମି)

ନ ଥାଏ ବଳ (ମରୁଭୂମି)

1 min
270

ଜୀବନ ଧାରଣ ନିମିତ୍ତ ମଣିଷ

ବୁଲୁଥିଲା ଯାଯାବର,

ଆଜି ଏଠି ପୁଣି କେତେବେଳେ ସେଇଠି

ବୁଲୁଥିଲା ବାରଦ୍ଵାର।


ସମତଳ ଭୂମି ଚାଷ ଉପଯୋଗୀ

ରହେ କରି ଘରଦ୍ୱାର,

ମରୁଭୂମି ଜନ ଗତାଗତ ନାହିଁ

ପାଦ ନ ପଡେ ଯେ ତାର।


ଓଟ ଭଳି ପଶୁ କଣ୍ଟା ଉଦ୍ଭିଦ

ଦେଖିବାକୁ ମିଳିଥାଏ,

ଜଳର ଅଭାବ ବେଶୀ ଅନୁଭୁତ

ବାଲିଝଡ଼ ବେଶୀ ହୁଏ।


ମରୁଭୂମି ମାନବଜାତି ପାଇଁ ଯେ

ନୁହଁଇ ତ ଅନୁକୂଳ,

ତତଲା ବାଲିକୁ ଜଳଶୂନ୍ୟ ଥାଏ

ନାହିଁ କିଛି ସେଠି ବଳ।


Rate this content
Log in

Similar oriya poem from Inspirational