STORYMIRROR

Kabiratna Nutan Kumar Behera

Action Classics Inspirational

4  

Kabiratna Nutan Kumar Behera

Action Classics Inspirational

ମୁଠାଏ ସ୍ମୃତି

ମୁଠାଏ ସ୍ମୃତି

1 min
338

ତୁମ ସାଥେ ବାନ୍ଧିଥିବା ପ୍ରୀତିର ପବିତ୍ର ସଂପର୍କ

ଜୀବନ ଦିଆନିଆ ସେ ହିସାବ ଫର୍ଦ୍ଦ

ଆଜି ବି ହୃଦୟର ସିନ୍ଧୁକରେ ଅଛି ସାଇତା

ମନର ଚାବି ଖୋଲି ଦେଖେ ଯେବେ

ଝଟକେ ତା ଜ୍ୟୋତି ମଣିମୁକ୍ତା ସଦୃଶ୍ୟ

ଲାଗେ ଏ ମୋ ଜୀବନର ସର୍ବସ୍ବ ସମ୍ବଳ 

ହୋଇ ପାରେ ସେ ମୁଠାଏ ସ୍ମୃତି ଅତୀତର

ଅନ୍ୟ କେଉଁଠି କି କାହା ପାଖରେ ସାମାନ୍ୟ

କିନ୍ତୁ ସେ ମୁଠାଏ ସ୍ମୃତି ଭିତରେ ଆମର ଜୀବନ

ସଦାସର୍ବଦା ଦିଏ ପ୍ରେରଣା ଯୋଗାଏ ଇନ୍ଧନ

ମୋ ପାଇଁ ସେ ହିମାଳୟର ଉଚ୍ଚତମ ଶୃଙ୍ଗ

ଏଭାରେଷ୍ଟ୍ ଠାରୁ ବି ବଳି ତାର ଶୀର୍ଷ

ତା' ଶିଖରରୁ ବହି ଆସେ ସେ ସ୍ମୃତି

ହୋଇ ଏକ ଚିରସ୍ରୋତା ସ୍ରୋତସ୍ଵିନୀ

ଦେଖେ ମୁଁ ସେ ମୁଠାଏ ସ୍ମୃତିରେ ତୁମ ପ୍ରତିବିମ୍ଵ

ତୁମ ରୂପ ଲାବଣ୍ୟରେ ଲାଳିତ୍ୟ ପ୍ରେମ ପ୍ରଣୟ

ବିଗତ ଯୌବନର ଆକର୍ଷଣ କରେ ସମ୍ମୋହିତ

ବିତି ଯାଇଥିବା ଦିନ ସବୁ ନ ଆସିଲେ ବି ଫେରି

ଫେରି ଆସେ ସେ ସ୍ମୃତି ନୀରବ ଅନୁଭବରେ

ଲାଗେ ସତେଜ ଜୀବନ୍ତ ଜୀବନ୍ତ ପରି

ଭରିଯାଏ ମନେ ସରସତା ହୁଏ ରୋମାଞ୍ଚିତ

ପ୍ରିୟା ତୁମେ ମୋର ପ୍ରେମରେ କରିଛ ମଧୁମୟ

ଜୀବନ ଯାତନା ଦୂରାଇବାକୁ ଦେଇଛ ଅଭୟ

ତୁମଠୁ ଆଉ ଭଲ ରୂପରେ ଗୁଣରେ

ଅବା ଐଶ୍ୱର୍ଯ୍ୟ ପ୍ରାଚୁର୍ଯ୍ୟରେ ନାହିଁ କିଛି ମୋର

ତୁମକୁ ନେଇ ସ୍ବପ୍ନ ଯେତେ କରିଛି ସାକାର

ଗଢିଛି ଜୀବନ ଯେତିକି ସମ୍ଭବ

ଚାଲିଛ ମୋ ହାତରେ ମିଳାଇ ହାତ

ପାଦରେ ମିଶାଇ ପାଦ ଆଜି ଯାଏଁ ଏତେ ଦୂର

ଆଖିର ଲୁହ ପୋଛି ତୁମର ଦେଇଛି ହସ

ତୁମେ ବି ମୋ ଜୀବନର ଜ୍ବଳନକୁ 

ବିନିମୟରେ କରିଛ ଉପସମ ଦେଇଛ ଆଶ୍ଵାସନା

ହସ ଲୁହରେ ପ୍ରେମ ଆମର ହୋଇଛି ବାସ୍ତବ

ଆଜି ଅପରାହ୍ନର ଏ ବେଳରେ ଅସ୍ତରଙ୍ଗ ତାର

ମୁଠାଏ ସ୍ମୃତି ହୋଇ ଝଟକେ ମନ ଆକାଶରେ

ଝଲସେ ପୁଣି ତାର ସୁନ୍ଦର ପ୍ରତିଛବି

ତୁମେ ମୁଁ ମିଶି ଗଢ଼ିଥିବା ଘର ଅଗଣାରେ

ସତରେ ପ୍ରିୟା ହେଲେ ବି ଏ ମୁଠାଏ ସ୍ମୃତି

ମୋ ପାଇଁ ତୁମ ପାଇଁ ଏ ପ୍ରେମର ତାଜମହଲ

ପଲକେ ପଲେକ ପୁଲକାଏ ମହକାଏ

ଆମ ମନ ଉପବନ ସ୍ମୃତି ଫୁଲର ପାଖୁଡ଼ାରେ

ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତରେ ପ୍ରତିଫଳିତ ହୁଏ

ଆଶା ଅଗାଧା ଅଧୁରା ସ୍ବପ୍ନ ଅଛି ଯେତେ

ଜୀବନର ଶେଷ ଯାଏଁ ଅଛି ପୁଣି ରହିଥିବ ଏମିତି

ଆମର ଏ ଅଭୁଲା ଅପାଶୋରା ମୁଠାଏ ସ୍ମୃତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action