ମୁଁ
ମୁଁ
ନିଛକ ନମୁନା ଏ ସମାଜଟା
ଖାଲି ପ୍ରତିବିମ୍ବର ପ୍ରତିଫଳନ
ଚିନ୍ତା କୁସୁମିତ ହୁଏ, ଚେତନା ବି
କୋମଳ ପରଶ ଟିକକ ପାଇଁ
ଶାନ୍ତି ଯମୁନା ହୁଏ
ହୃଦୟର ଗଭୀର ପ୍ରକୋଷ୍ଠରେ
ଯଦି କିଛିବି ସାଇତି ରଖି ହୁଅନ୍ତା
ସ୍ମୃତି କଣ କବରି ହୁଅନ୍ତା
ଭଲପାଏ ବୋଲି ଯେବେ କହିଦିଏ
ବୁଝିହୁଏ ଡ଼ାଇରୀର ପ୍ରଥମ
ପୃଷ୍ଠାରୁ, ଛଳନାର କୁସୁମିତ
କଣ୍ଟାବନରେ, ଖାଲି ରକ୍ତାକ୍ତ ଯେ ହୁଏ
ଫୁଲ ନୁହେଁ ହେଲେବି ଅକାଳରେ ଝରିଯାଏ l
