STORYMIRROR

Rajabala Tripathy

Inspirational

3  

Rajabala Tripathy

Inspirational

ମୁଁ ପଢିବି ମୁଁ ବଢିବି

ମୁଁ ପଢିବି ମୁଁ ବଢିବି

1 min
319


ଝିଅ ଲୋ

ତୋର ବା ପାଠ କଣ ହେବ...

ଏଇ ବିଜ୍ଞାନ ସାହିତ୍ୟ ବା ଅଙ୍କ

ସବୁ ସେଇ ଚୁଲି ମୁଣ୍ଡକୁ ତ ଯିବ ।।

ତୁ ଘର କରଣା ଶିଖ

ରୋଷେଇ ବାସ ଶିଖ

କାନ୍ଦଣା ଶିଖ ସଣ୍ଠଣା ଶିଖ..

ସେ ଜ୍ଞାନ ବିଜ୍ଞାନ

ସେ ଗୀତ ସଙ୍ଗୀତରୁ

କଣ ବା ଲାଭ

ସବୁ ସେଇ ଚୁଲି ମୁଣ୍ଡକୁ ତ ଯିବ ।।

ନା ମା...ମୁଁ ପଢିବି

ବଢିବା ପାଇଁ ମୁଁ ପଢିବି

ବଂଚିବା ପାଇଁ ମୁଁ ପଢିବି

ଶିଖିବା ପାଇଁ ମୁଁ ପଢିବି

ଶିଖେଇବାକୁ ମୁଁ ପଢିବି।।

ପୃଥିବୀ ପୃଷ୍ଠର ଜ୍ଞାନ

ମହାକାଶର ରହସ୍ୟ

ସମୂଦ୍ର ଗର୍ଭର କଥା

ଜାଣିବା ପାଇଁ ମୁଁ ପଢିବି।

କେମିତି ହେଉଛି

ମଞ୍ଜିଟିରୁ ମହାକାୟ ଵୃକ୍ଷ

ପୁଣି କୁଆଡୁ ଆସିଲେ କୁହ

ପୃଥିବୀରେ ଏତେ ଜନ୍ତୁ ଯାକ।।

ଆକାଶେ ଆସିଲେ କାହୁଁ

ଏତେ ମିଟି ମିଟି ତାରା

ପଲେ ଗାଈ ଗୋଠ ପରି।।

ଦିନ ଯାକ ତତଲା କିରଣ ଖେଳାଇ

ସୁର୍ଯ୍ୟ ରାତିରେ କୁଆଡେ

ବା ଯାଏ ଅପସରି।।

ମାଟି ଭିତରୁ କି ପରି

ବାହାରୁଚି ପେଟ୍ରୋଲ ଡିଜେଲ

କୁହ କିଏ ରଖିଦେଲା ତେଲ ତକ

କରି ମାଟି ତେଲ।।

ମାଙ୍କଡ଼ର ଲାଞ୍ଜ ଅଛି

ପୁଣି ଲୋମ ବିତ ଅଛି

ଆମେ ସବୁ ତା ପରି

ଆମ ଲାଞ୍ଜ କୁଆଡେ ଯାଇଛି ।।

ଦୁନିଆରେ ରଖିଦେଇ ଗଲା

କୁହ କିଏ ଶହ ଶହ ପ୍ରାଣୀ

ମାଟିରୁ ଆକାଶ ଯାଏଁ

ହ୍ରଦ ରୁ ସମୁଦ୍ର ଯାଏଁ

ସରିବନି ଯେତେ ଗଣି ଗଣି।।

କେମିତି ବା ବରସୁଛି

ଝର ଝର ଆକାଶ ରୁ ପାଣି

ପୁଣି ଥର ଥର ହୁଏ ଶୀତ

ଡ଼ହ ଡ଼ହ ବୈଶାଖର ଠାଣି।।

କିଏ ସିଏ ମା ଗର୍ଭେ

ପିଲା ଟିକୁ ସଯତ୍ନରେ ଗଢେ

ନଅ ମାସ ନଅ ଦିନେ

ତାକୁ ନେଇ ପୃଥିବୀରେ ଛାଡେ।।

ଭୂମିକମ୍ପ ବନ୍ୟା ବାତ୍ୟା

ମରୁଡି ସୁନାମି

ବୁଝିବି କିପରି କୁହ

ପାଠ ଠାରୁ ହେଲେ ଦୂରଗାମୀ।।

ମୁଁ ବି ହେବି ଶିକ୍ଷାବିତ

ଜିଲ୍ଲାପାଳ ମହାକାଶଯାତ୍ରୀ

ହୋଇପାରେ ଖେଳାଳି ଟେ

ଯନ୍ତ୍ରୀ ବା ବିଜ୍ଞାନୀ

ଆଣି ଦେବି କେତେ ଯଶ ଖ୍ୟାତି।।

ସେଥିପାଇଁ ମା ମୋର

ପଢ଼ିବାକୁ ହେବ ମୋତେ ପାଠ

ସ୍ୱାବଲମ୍ବୀ ହେବି ମୁହିଁ

ଖୋଲି ଯିବ ନୂଆ ନୂଆ ବାଟ।।

ରୋକ ନାହିଁ ମୋତେ ଜମା

ଝିଅଟିଏ ପଢିବିନି ବୋଲି

ମୁଁ ପଢିଲେ ନିଶ୍ଚେ ଦିନେ

ଦେଶ ଜାତି ଯିବ ଯେ ବଦଳି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational