STORYMIRROR

Bidyadhar Mantry

Abstract Classics Inspirational

3  

Bidyadhar Mantry

Abstract Classics Inspirational

ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ

ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ

2 mins
16


ଓଡ଼ିଆ କଥା ଶିଖାଇଥିଲା ମାଆ

ଓଡ଼ିଆରେ ଡାକେ ମାଆ

ବିଦ୍ୟାଳୟରେ ପଢ଼ି ଓଡ଼ିଆ ପାଠ

ପଢେ ଲେଖେ ବି ଓଡିଆ

ଓଡ଼ିଶା ରାଜ୍ୟରେ ଜନ୍ମି ମୁଁ ଓଡ଼ିଆ

ଭାଷା ଅଟେ ମୋ ଓଡ଼ିଆ

କାୟମନୋବାକ୍ୟ ରେ ଓଡ଼ିଆ ଭାଷା

ରଙ୍ଗ ଢ଼ଙ୍ଗ ବି ଓଡ଼ିଆ

ବିଶ୍ବରେ ଗର୍ବିତ ଓଡ଼ିଶା ରାଇଜ

କୀର୍ତ୍ତି ରହିଛି ଅକ୍ଷୁର୍ଣ୍ଣ

ଶ୍ରୀମନ୍ଦିର ଆଉ କୋଣାର୍କ ଗରିମା

ଓଡ଼ିଆର ସ୍ୱାଭିମାନ

ଓଡ଼ିଶୀ ନାଚର ମହତ୍ତ୍ଵ ରହିଛି

ଓଡ଼ିଶା ରୁ ହିଁ ଓଡ଼ିଶୀ

ଅନ୍ୟ ଭାଷା ଲେଖା ସ୍ଵାଦ ଲାଗେ ନାହିଁ

ଓଡ଼ିଆ ଲେଖିଲେ ଖୁସି ।

ଭଲ ଲାଗେ ମା' ଆଉ ମାଟିର ଭାଷା

ଢେଗ ଢମାଳି କଥା

ରାଗ ରାଗିଣୀ ଓ ଛନ୍ଦ ଚଉପଦୀ

ଆଡୁଆ ମାଡୁଆ କଥା

ଓଡ଼ିଆ ଭାଷାର ପୁରୁଣା ସଙ୍ଗୀତ

ହୃଦୟ ହୁଏ ମୋହିତ

ଯେତେ ଥର ଶୁଣିଲେ ଗୀତି କବିତା

ଉଦାସ ମନରେ ଶାନ୍ତ

ଓଡ଼ିଆ ଭାଷାର ପୁରାତନ କାବ୍ୟ

ପୁଣି ଚମ୍ପୁ ଆଉ ଛାନ୍ଦ

ଉପମା ଅଳଙ୍କାର ରୂପକ ସହ

ପାଠକ ପାଏ ଆନନ୍ଦ

ଓଡ଼ିଆ ଭାଷାର କାବ୍ୟ ଓ କବିତା

ଚମ୍ପୁ ଛାନ୍ଦ ରୂପକ

ଅଳଙ୍କାର ସହ ହୋଇଛି ସଜ୍ଜିତ

ଭାବ ଜାଗ୍ରତ ଅନେକ ।

ରସ ଭରି ଅଛି ରସକଲ୍ଲୋଳ ରେ

ଭରପୁର କୃଷ୍ଣ ରସ

ରସ ଅଛି ବୈଦେହୀଶ ବିଳାସ ରେ

ସାହିତ୍ୟର ଶୁଦ୍ଧ ରସ

ରସରେ ପ୍ଲାବିତ ଅଛି ସାରା କାବ୍ୟ

ଯେତେ ପିଇଲେ ଶୋଷ

ପ୍ରକୃତ ରସର ସ୍ଵାଦ ଅଟେ ନିଆରା

ମେଣ୍ଟି ଯାଏ ଅବଶୋଷ

କାବ୍ୟରେ ରୂପକ,ତୁଳନା ସଂଶ୍ଳିଷ୍ଟ

ଜୀବନ୍ତ ଅପରାଜୟ

ପ୍ରତି ପଙ୍କ୍ତି ରେ ଭାବପୂର୍ଣ୍ଣ ଆବେଗ

ପାଠକ ମନ ତନ୍ମୟ ।

ପଥ-ଭ୍ରଷ୍ଟ ଆଜି କବିତା ଓ କବି

କବିତା ଭାବ ବିହୀନ

ଶସ୍ତା କଥା କୁହା କବିତା ଲିଖିତ

ବିଚଳିତ ହୁଏ ମନ

କ୍ଷଣସ୍ଥାୟୀ ଅପଦାର୍ଥ ଦ୍ରବ୍ୟ ପରି

ପଢ଼ିଲେ ମନରେ କ୍ଷୋଭ

ନିଜକୁ ସ୍ଵଘୋଷିତ କବିର ଆଖ୍ୟା

ମାନ ପତ୍ର ପ୍ରତି ଲୋଭ

ବାଦ୍ୟ ରେ ଯେପରି ତାଳ ଲୟ ସ୍ୱର

କବିତାରେ ଅଳଙ୍କାର

ଭାଷାର ବିନ୍ୟାସ ଛନ୍ଦ ଶବ୍ଦ ସହ

ଭାବ ଫୁଟେ ବାରମ୍ବାର

ହୃଦୟ ସହିତ ଆତ୍ମା ବି ଜଡ଼ିତ

ଯେଉଁ ଭାବେ ଅଛି ରହି

ଭାବ ରସ ଭରି ହେଉ କବିତାରେ

ଶୁଦ୍ଧ ଶବ୍ଦ ମନେ ଧ୍ୟାୟି ।

ଓଡ଼ିଆ ସାହିତ୍ୟ ହୋଇବ ସମୃଦ୍ଧ

ଜରୁରୀ ଓଡ଼ିଆ ଭାବ

ହୃଷ୍ଟପୃଷ୍ଟ ହେଲେ ହିଁ ସାହିତ୍ୟ ବୃକ୍ଷ

କାବ୍ୟ କବିତା ଫଳିବ

ଓଡ଼ିଆ ଲେଖିବା ଓଡ଼ିଆ କହିବା

ଓଡ଼ିଆଙ୍କ ନିକଟରେ

ଭାଇଚାରା ସମ୍ପର୍କ ହେବ ସୁଦୃଢ଼

ଓଡ଼ିଆଙ୍କ ହୃଦୟରେ

ମାତୃଭାଷା ପ୍ରେମ ହେଲେ ବିକଶିତ

ଭାଷା ସାହିତ୍ୟ ଉନ୍ନତି

ଅନ୍ତର ର ଭାଷା ସାହିତ୍ୟ ଆକାରେ

ଲେଖି ହୋଇବ ପ୍ରଗତି।

ଖାଣ୍ଟି ଓଡ଼ିଆ ଭାବି ନିଜକୁ ନିଜେ

କରିବା ସାହିତ୍ୟ ଚାଷ

କହିବା,ଲେଖିବା,ପଢିବା ସଭିଏଁ

ହେଉ ଓଡ଼ିଆ ବିକାଶ।।



Rate this content
Log in

Similar oriya poem from Abstract