STORYMIRROR

Liza Senapati

Inspirational

3  

Liza Senapati

Inspirational

ମୁଁ ମୁକ୍ତ

ମୁଁ ମୁକ୍ତ

1 min
11.3K

ଚାହୁଁ ନାହିଁ ଉଡିବାକୁ, ଦୂର ଆକାଶକୁ, ପଡିଚି ହାତେ ମୋ ବେଡି,

ମନ ମୋର ବଦ୍ଦିର କଏଦୀ, କାଟୁଚି ନିସଗଂ ଜୀବନ,

ପରାଧିନତାକୁ କରିଚି ନିଜର, ସ୍ୱପ୍ନକୁ କରିଚି ବଦ୍ଦି,

ଚାହୁଁ ନାହିଁ ଆଉ ,

ଦେଖିବାକୁ ବାକିଥିବା ସପନ, ଇଛା ମୋର ସବୁ ଯାଇଚି ମରି,

ଥୁଣ୍ଟା ଗଛ ଟିଏ ମୁଁ, ଦେଖୁନି ସପନେ ବସନ୍ତକୁ, କାହିଁକି ଅବା ମୁଁ,

ଦେଖିବି ସେ ମିଛ ସପନ,

ସବୁ ତ ମୋହ ଆଉ ମାୟା, ବଦ୍ଦିର କାହାଣୀ କିବା କହିବି,

ବଦ୍ଦିର କଥାକୁ କିଏ ବା ଶୁଣେଇ, ସତ୍ୟ ର କବାଟ ଯାଇଚି ପଡି,

ଅର୍ଧମ ବାଟେ ମଣିଷ ଚାଲଇ, ସଭିଏଁ ଏଠି ବଦ୍ଦିର ମଣିଷ,

ସ୍ୱାଧିନତା କିଛି ନାହିଁ, ଇଛା ସବୁ ମରେ ଯୁଇର ନିଆରେ, ପରିଚୟ ଆମ କିଛି ନାହିଁ,

ଖୋଲା ଆକାଶକୁ ଉଡିବାକୁ ମନ, ହୁଏ ଯେତେ ଛଟପଟ ,

ପାଏ ସେ ସେତିକି ଆଘାତ, ମିଛ ଏଇ ଦୁନିଆରେ ମିଛ ମଣିଷ,

ଅଭିନୟ କରି କାଟଇ ଜୀବନ, ତାଠୁ ଭଲ ମୁଁ ବଦ୍ଦି,

ହେଇ ରହିଯିବି ଚିରଦିନ, ନିଜ ଇଚ୍ଛା ରେ କାଟିବି ଜୀବନ,

ହେବିନାହିଁ କାହାରି ଗୋଲାମ।


Rate this content
Log in

Similar oriya poem from Inspirational