STORYMIRROR

Elina Priyadarshini Bhol

Inspirational

3  

Elina Priyadarshini Bhol

Inspirational

ମୁଁ କି ପାରନ୍ତି ହୋଇ

ମୁଁ କି ପାରନ୍ତି ହୋଇ

1 min
500


ମୁଁ କି ପାରନ୍ତି ହୋଇ,ମରୁଧାରେ

ଛୋଟ ଗୋଟେ ନଈ,

କୁଳୁକୁଳୁ ନାଦ କରି,

ଯାଉଥାନ୍ତି ଝରିଝରି,

ତୃଷିତକୁ ଜଳ ଟୋପେ ଦେଇ

ମୁଁ କି ପାରନ୍ତି ହୋଇ,ମରୁଧାରେ

ଛୋଟ ଗୋଟେ ନଈ।।

ମୁଁ କି ପାରନ୍ତି ହୋଇ,ସରସୀରେ

ଛୋଟ ଗୋଟେ କଇଁ,

ଜୋଛନାର ପରଶରେ,

ହସୁଥାନ୍ତି ଧୀରେ ଧୀରେ

ପ୍ରଭାତେ ମୁଁ ଯାଉଥାନ୍ତି ଶୋଇ

ମୁଁ କି ପାରନ୍ତି ହୋଇ,ସରସୀରେ

ଛୋଟ ଗୋଟେ କଇଁ।।

ମୁଁ କି ପାରନ୍ତି ହୋଇ,ନିଦାଘରେ

ଝଙ୍କା ବୃକ୍ଷ ଛାଇ,

ପଥିକର ଝାଳ ମାରି,

ଶ୍ରମ କରୁଥାନ୍ତି ଚୋରି,

କୋଳେ ମୋର ଯାଆନ୍ତା ସେ ସୋଇ

ମୁଁ କି ପାରନ୍ତି ହୋଇ,ନିଦାଘରେ

ଝଙ୍କା ବୃକ୍ଷ ଛାଇ।।

ମୁଁ କି ପାରନ୍ତି ହୋଇ,ଗଗନରେ

ଛୋଟିଆ ଚଢେଇ,

ଚାତକର ମନ କଥା,

ଦୂର ସେଇ ମେଘ ପାଶେ

ଗୁଣୁଗୁଣୁ ଦେଉଥାନ୍ତି କହି

ମୁଁ କି ପାରନ୍ତି ହୋଇ,ଗଗନରେ

ଛୋଟିଆ ଚଢେଇ ।।

ମୁଁ କି ପାରନ୍ତି ହୋଇ,କୋଣାର୍କର

ଅଦୃଶ୍ୟ ବଢ଼େଇ,

ଦିନ ରାତି ଏକ କରି,

ପାଷାଣରେ ପ୍ରାଣ ଭରି,

କିରତିର ଗାଥା ଯାନ୍ତି ଗାଇ

ମୁଁ କି ପାରନ୍ତି ହୋଇ,କୋଣାର୍କର

ଅଦୃଶ୍ୟ ବଢ଼େଇ।।

ମୁଁ କି ପାରନ୍ତି ହୋଇ,ଯଶୋଦାର

ଅଫେରା କହ୍ନାଇ,

ହସି, ଖେଳି, ନାଚି, ଗାଇ

ଦୁଃଖ ତା'ର ଯାନ୍ତି ନେଇ

ଓଠଧାରେ ହସ ଟିକେ ଦେଇ

ମୁଁ କି ପାରନ୍ତି ହୋଇ,ଯଶୋଦାର

ଅଫେରା କହ୍ନାଇ।।

ଏଲିନା ପ୍ରିୟଦର୍ଶିନୀ ଭୋଳ

ଜଗତସିଂହପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational