STORYMIRROR

Elina Priyadarshini Bhol

Others

3  

Elina Priyadarshini Bhol

Others

ବସନ୍ତର ଭେଟି

ବସନ୍ତର ଭେଟି

1 min
623




ଧୀରେ ଧୀରେ ଖୋଲି ଶୀତ ଓଢଣୀ

ହସି ହସି ଆସେ ବସନ୍ତ ପୁଣି।।


ଆକାଶ ଖୁସିରେ ହସୁଛି ମାଟି

ବସନ୍ତ ଆଣିଛି ଫଗୁଣ ଭେଟି।।


ରଙ୍ଗ ଫରୁଆରେ ଅଭିର ଭରି

ସବୁରି ମନରେ ଲଗାଏ ହୁରି।।


ଆନନ୍ଦେ ନାଚୁଛି ସବୁରି ଗାଁ

ମଳୟ ଦିଅଇ ଶୀତଳ ଛୁଆଁ।।


ରାଧାକୃଷ୍ଣ ହୋଲି ଖେଳନ୍ତି ମିଶି

ଭକତଙ୍କ କାନ୍ଧେ ବିମାନେ ବସି।।


ଧରା ଲାଗୁଥାଏ ସରଗ ପୁର

ନାଚନ୍ତି ସଭିଏଁ ହୋଇ ବିଭୋର ।।


କୁହୁ କୁହ ତାନେ କୋଇଲି ଗାଏ

ବଉଳ ବାସନା ମନକୁ ମୋହେ।।


ଫୁଲ କାନେ କହେ ପରଜାପତି

ବସନ୍ତ ଆଣିଛି ଫଗୁଣ ଭେଟି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍