STORYMIRROR

Elina Priyadarshini Bhol

Others

5.0  

Elina Priyadarshini Bhol

Others

ଝରା ଫୁଲ

ଝରା ଫୁଲ

1 min
803




ମୁଁ ଭଲପାଏ ହସିବାକୁ ହେଲେ

ଲୁହ ଭଲପାଏ ମୋତେ,

ଟିକିଏ ହସରେ ନୟନ ମୋ ଭରେ

ଉଚ୍ଛୁଳା ନଈଟେ ସତେ।।


ଚହଲା ପାଣିକୁ ଦେଖି ଡ଼ରେ ବୋଲି

ସମୁଦ୍ରରେ ବୁଡ଼ି ଗଲି,

ଉଡ଼ି କି ପାରିବି ଡେଣା ତ ଛିଡିଛି

ଶିକାରୀ ଜାଲରେ କାଲି।।


ମରୁଧାରେ ବାରି ଖୋଜି ମୁଁ ବୁଲୁଛି

ଜୀବନ ବଞ୍ଚିବା ପାଇଁ,

ଚୋରାବାଲି ଧୀରେ ପାଦ ମୋ ଟାଣୁଛି

ଆଗକୁ ପାରୁନି ଯାଇ।।


ଚାତକ ସାଜି ମୁଁ ମେଘକୁ ଚାହିଁଛି

ମରୁବାଲି ଧାରୋପରେ,

ମେଘ କି ଝରିବ ପ୍ରତିମୂହୁର୍ତ୍ତରେ

ଧୂଳିରେ ମୁଁ ବୁଡ଼ି ମରେ।।


ଏଇତ ଦିଶୁଛି ଜଳଧାରା ଦୂରେ

ନିମିଷେ ଯିବି ମୁଁ ପାଇ,

ମରୀଚିକା ପଛେ ଏମିତି ଧାଉଛି

ଦୂରକୁ ମୁଁ ଚାହିଁ ଚାହିଁ।।


ଆଉ କ୍ଷଣେ ମାତ୍ର ନ ପାରଇ ଚାଲି

ଫୁଲ ଯାଏ କଣ୍ଟା ହୋଇ,

ଆଖିର ସପନ ଆଖିରେ ମରିଲା

ଅନ୍ଧକାରେ ଲୁଚି ରହି।।


ଶରୀର ମୋ ଧୀରେ ଶୀତଳ ସାଜୁଛି

ଉତ୍ତପ୍ତ ଏ ପବନରେ,

ଝରିଯିବ କ୍ଷଣେ ଜୀବନର କଢି

ଲୁହ ହୋଇ ଓଠଧାରେ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍