STORYMIRROR

Elina Priyadarshini Bhol

Inspirational Others

3  

Elina Priyadarshini Bhol

Inspirational Others

ହୋଲି ବି ତ ଆସିଥିଲା

ହୋଲି ବି ତ ଆସିଥିଲା

1 min
339


ହୋଲି ବି ତ ଆସିଥିଲା

ଝାଟି ମାଟି କାନ୍ଥ ଡେଇଁ,

କୁନି କୁନି ଆଖି ଧାରେ

ଦୁଇ ଟୋପା ଲୁହ ହୋଇ।।

ରଙ୍ଗୀନ ସେ ଭାବନାର

ସାତ ରଙ୍ଗ ଫରୁଆରେ,

ସ୍ବପ୍ନସବୁ ହସୁଥିଲେ

ଦୂର କେଉଁ ରାଇଜରେ।।

ଇନ୍ଦ୍ରଧନୁ ଆଣିଥିଲା

ସାତ ରଙ୍ଗର ଅଭିର,

ହସି ହସି ଲୁଚୁଥିଲା

ପଲକେ ସେ ଶହେ ଥର।।

ରଙ୍ଗୀନ ସେ ବାଲିଘର

କଳ୍ପନା ବେଳାଭୂମିରେ,

ଭାଙ୍ଗି ଭାଙ୍ଗି ଯାଉଥିଲା

ଲୁହ ଉର୍ମି ପରଶରେ।।

ଆଖିର ସପନ ସବୁ

ଚାପିଦେଇ ଛାତି ତଳେ,

ସାନ୍ତ୍ବନା ଦେଇ ନିଜକୁ

ହସୁଥିଲା ବେଳେବେଳେ।।

ଆସିବ ଏ ହୋଲି ପୁଣି

ଆରସନ ଫଗୁଣରେ ,

ରଙ୍ଗର ପସରା ମେଲି

ରଙ୍ଗୀନ ମୋ ଜୀବନରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational