STORYMIRROR

Elina Priyadarshini Bhol

Others

5.0  

Elina Priyadarshini Bhol

Others

ପାଷାଣର ଦୁଃଖ

ପାଷାଣର ଦୁଃଖ

1 min
386


କିଏ ସେହି ମାୟାଧର

କୋଣାର୍କର ଶିଳ୍ପୀ,

ପାଷାଣ କରିଲା ମୋତେ

ପ୍ରତିମା ମୋ ଆଙ୍କି।।

ଅପରୂପେ ଆଙ୍କି ଦେଲା

ଶରୀରକୁ ମୋର,

ଶୁଣିବାକୁ ପ୍ରତିକ୍ଷଣେ

ପ୍ରଶଂସା ନିଜର।।

ନିହାଣରେ ଆଙ୍କି ଦେଲା

ପଥରରେ ଗାର,

ନାଚିବିନି ବାନ୍ଧିଦେଲା

ପୟରେ ନୂପୁର।।

କରରେ କଙ୍କଣ ଦେଲା

ଏମିତି ବିନ୍ଧାଣି,

କାହିଁ ଦିନେ ଶବ୍ଦ ତାର

ପାରେନା ମୁଁ ଶୁଣି।।

ନୟନେ ଟାଣିଲା ଧୀରେ

କଜଳର ଗାର,

ଓଠ ଧାରେ ମୁକ୍ତା ଝରା

ହସ ଦେଲା ମୋର।।

ଅର୍ଦ୍ଧନଗ୍ନ କରି ବସ୍ତ୍ର

ପିନ୍ଧାଇଲା ମୋତେ,

ପ୍ରତିକ୍ଷଣେ ଶୁଣେ ପରା

ପରିହାସ କେତେ।।

କିଏ କେବେ ଛୁଇଁ ଦିଏ

କିଏ ଯାଏ କହି

ନିରବେ ଝରାଏ ଲୁହ

ଲୁଚାଇ ଲୁଚାଇ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍