STORYMIRROR

DILIP KUMAR SAHOO

Abstract

3  

DILIP KUMAR SAHOO

Abstract

ମୁଁ ଖୋଜୁଛି ଆଜି ମୋ ନିଜ ଠିକଣା

ମୁଁ ଖୋଜୁଛି ଆଜି ମୋ ନିଜ ଠିକଣା

1 min
198

 

  ମୁଁ ଖୋଜୁଛି ଆଜି ମୋ ନିଜ ଠିକଣା

       ନିଜ ଚାରିପାଖେ ଘୁରି

   ଜାଣିଜାଣି ଆଜି ବାଟବଣା ମୁଁ ଯେ

       ନିଜେ ନିଜପାଖେ ହାରି 

   ପାପ ପୂଣ୍ୟର ହିସାବ ଖୋଜି ମୁଁ

       ପାଦ ହୋଇଯାଏ ଭାରି 

       ନିଜେ ନିଜ ପାଖେ ହାରି....।


  ସବୁ ଥାଇ ମୋର କିଛି ନାହିଁ ଆଜି

     ନାହିଁ ନାହିଁ ସାଥେ ଖେଳେ

  ବାଦକରେ ମୋତେ ଅବସାଦ ନିତି

     ଛଳନାର ନଈ କୂଳେ

 ଜିତିବାକୁ ମୋତେ ଡରଲାଗେ ଏବେ

      ସମୟକୁ ଡରି ଡରି 

      ପାଦ ହୋଇଯାଏ ଭାରି ..।


ଲୁହ ପିଇବାକୁ ଇଚ୍ଛା ହୁଏ ଭାରି

    ଆଖିତ ଯାଇଛି ଶୁଖି

ଅଯାଗା ଘାଆର ଅସହ୍ୟ ଯାତନା,

    ଘାଆକୁ ପାରୁନି ଦେଖି

 ମରିବା ଆଗରୁ ମରୁଛି ନିଇତି

    ଅତୀତ କୁ ଝୁରିଝୁରି 

    ନିଜେ ନିଜ ପାଖେ ହାରି...।


 ପଳାଶକୁ ଦେଖି ହସେ ଇତିହାସ

    କର୍ପୂର ଖୋଜଇ କନା

 ରଙ୍ଗ ଝାଡିଝାଡି ରଙ୍ଗଯାଏ ଉଡି

    ଥକ୍କିଯାଏ ମନ ଡେଣା

କହିବାର କଥା କହିବା ବେଳକୁ

    ବେଳ ଯାଉଅଛି ସରି 

    ପାଦ ହୋଇଯାଏ ଭାରି...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract