ମୁଁ ଜନମିଛି କେବଳ ତୁମରି ପାଇଁ
ମୁଁ ଜନମିଛି କେବଳ ତୁମରି ପାଇଁ
ଦିନର ଅବସାନ ପରେ ସଂଜ ଆସେ ନଇଁ
ରାତିର ଅନ୍ଧାର ଦୂରେଇ ଦେବା ପାଇଁ
ଖିଲି ଖିଲି ହସି ଜହ୍ନ ଆସେ ଉଇଁ
ସରସୀ ଜଳେ ପାଖୁଡ଼ା ମେଲି ଫୁଟେ କଇଁ
ଭାରି ମନେ ପଡ଼ ତୁମେ ରହିଥାଏ ଚାହିଁ
ଉଜାଗର ରହି ରାତି ପାହେ ତୁମେ ଆସନାହିଁ
ମନେ ପ୍ରାଣେ ତୁମକୁ ଖୋଜେ ରହେ ଚେଇଁ
ମୁଁ ଜନମିଛି କେବଳ ତୁମରି ପାଇଁ
ଭଲ ମୁଁ ପାଇଛି...ଶପଥ କରିଛି ମୁଣ୍ଡ ଛୁଇଁ
ଜୀବନ ତମାମ ତୁମ ପଥ ଥିବି ଚାହିଁ
ତୁମେ ବି ତ ଭଲ ପାଅ ଝୁରି ହୁଅ ମୋ ପାଇଁ
ଭଲ ପାଇବାର ବନ୍ଧନୀ ଭିତରୁ ଅନାଇଁ
ଦେଖେ ମୁଁ ସପନେ ତୁମକୁ ଚାହଁ କଣେଇଁ
ମନ ମାନେ ନାହିଁ ହୃଦୟ ବୁଝେ ନାହିଁ
ଆମେ ଦୁହେଁ ପରସ୍ପର ଯେ ଦୁହିଁଙ୍କର ପାଇଁ
ପ୍ରେମରେ ବାଧା ଦିଏ ସେ ଯେ ବୁଝେ ନାହିଁ
ମନ ଆତ୍ମାର ଶାଶ୍ଵତ ମିଳନ ହୁଏ ଯହିଁ
ପ୍ରେମର ଅମୃତ ଝରଣା ଝରେ ତହିଁ
ଆମ ଭଲ ପାଇବାରେ କିଛି ତ କିନ୍ତୁ ନାହିଁ
ମିଳନ ନିଶ୍ଚିତ ହେବ ସାହା ହେବେ ସାଇଁ
ଭରସା ବିଶ୍ଵାସ ସଦା ରଖିଛି ମୁହିଁ
ଯେତେ ଆସୁ ବିଡ଼ମ୍ବନା ସବୁ ଯିବା ଡେଇଁ
ମୁଁ ଜନମିଛି କେବଳ ତୁମରି ପାଇଁ
ପ୍ରକୃତ ଭଲ ପାଇବା କେହି ଭୁଲି ପାରେନାହିଁ
ପ୍ରେମ ଦିବ୍ୟ ଚେତନାର ପୁଣ୍ୟ ବେଳାଭୂଇଁ
ଆସେ ଯେତେ ପ୍ରୀତିର ଲହରୀ ଯାଏ ଛୁଇଁ
ତୁମ ବିନା ମୋ ଜୀବନର କିଛି ମାନେ ନାହିଁ
ଆତ୍ମା ଆତ୍ମାର ଡ଼ାକ ଶୁଣି ଆସେ ଧାଇଁ
ପ୍ରତୀକ୍ଷା କରିଛି ସେ ଶୁଭ ମୁହୂର୍ତ୍ତଟିଏ ପାଇଁ
ଆଶା ସ୍ବପ୍ନ ସଫଳ ହେବ ବାଜିବ ସାହାନାଇଁ
ମୋ ହାତ ଧରିନେବ ଚାଲୁଥିବି ନଇଁ ନଇଁ
ମୁଁ ଜନମିଛି କେବଳ ତୁମରି ପାଇଁ...।
