STORYMIRROR

Kabiratna Nutan Kumar Behera

Action Inspirational Children

3  

Kabiratna Nutan Kumar Behera

Action Inspirational Children

ମୁଁ ଚାରା ଗଛଟିଏ

ମୁଁ ଚାରା ଗଛଟିଏ

1 min
163

ମୁଁ ଚାର ଗଛଟିଏ ମୁଁ ଚାରା ଗଛଟିଏ

ବିନୟେ ସଭିଁଙ୍କୁ କରେ ଅନୁରୋଧଟିଏ,

ମୋ ଯତନ ନିଅ ସମୟ ଦେଇ ଟିକିଏ

ଖାଦ୍ୟ ସାର ପାଇଲେ ହେବି ମୁଁ ଦ୍ରୁମଟିଏ।


ମନେ ମୋର ଆଶା ସ୍ବପ୍ନ ଅଛି ଅସୁମାରୀ

ଜଗତ ସେବାରେ ଥିବି ଯୁଗ ଯୁଗ ଧରି,

ଶାଖା ପ୍ରଶାଖା ଡାଳ ପତ୍ର ମୋର ପ୍ରସାରି 

ଉପକାର  କରି  ଚାଲିଥିବି ମୁଁ  ସବୁରି।


ନେଇ ଅଙ୍ଗାରକାମ୍ଳ ଦେବି ମୁଁ ଅମ୍ଳଜାନ

ଏ ଜୀବ ଜଗତର ରଖିବି ଯେ ଜୀବନ,

ଦେବି ପୁଣି ଜଳୀୟବାଷ୍ପ ମୁଁ  ପ୍ରତିଦିନ

ନିୟମିତ ବର୍ଷା ହେବ ତା ପ୍ରଭାବେ ଜାଣ।


ଫୁଲେ ଫଳେ ମୋର ହସି ଉଠି ବସୁନ୍ଧରା

ଖାଦ୍ୟ  ଅଭାବ ନରିହିବ ଦୁନିଆଁ ସାରା,

ସବୁ ଆଶା ପୂର୍ଣ୍ଣ ହେବ ଅଛି ଯା' ଅଧୁରା

ମୋ ଜୀବନ ଉତ୍ସର୍ଗ କରି ଦେବି ସାହାରା।


ମନେରଖି ମୋ କଥାଟିଏ ହେଲେ ସଦୟ

ବଞ୍ଚିବ  ପ୍ରକୃତି  ହେବ  ନାହିଁ ଅବକ୍ଷୟ,

ଶାନ୍ତି ସନ୍ତୋଷରେ ପୁରି ଉଠିବ ହୃଦୟ

ଏ ସାରା ସଂସାର ହୋଇବ ଆନନ୍ଦମୟ।

ମୁଁ ଚାର ଗଛଟିଏ ମୁଁ ଚାରା ଗଛଟିଏ


Rate this content
Log in

Similar oriya poem from Action