STORYMIRROR

Surjyakanta Dash

Romance

3  

Surjyakanta Dash

Romance

ମୁଁ ବଞ୍ଚିବାକୁ ଚାହେଁ ଏକ ସ୍ୱାଧୀନତାର ଜୀବନ

ମୁଁ ବଞ୍ଚିବାକୁ ଚାହେଁ ଏକ ସ୍ୱାଧୀନତାର ଜୀବନ

1 min
258


ମୁଁ ବଞ୍ଚିବାକୁ ଚାହେଁ

ଏକ ସ୍ୱାଧୀନତାର ଜୀବନ

ମେଘ ଭଳି

ଘୁରି ବୁଲିବାକୁ ଇଚ୍ଛା ହୁଏ

ଆକାଶର ନୀଳ ତରଣିରେ

ଏ ପାଖରୁ ସେ ପାଖ

ଚଳ ଚଞ୍ଚଳ ମନରେ

କିଏ ମତେ ଦେଖୁ ବା ନା ଦେଖୁ

କିଛି ଯାଏ ଆସେ ନାହିଁ

ବର୍ଷିବାକୁ ଚାହେଁ ଘନ ଅରଣ୍ୟରେ

ଅବା ନୀଳାମ୍ବୁ ଚିଲିକାରେ

ଅବା ଗହୀର ସମୁଦ୍ରରେ

ଓ ନଦୀର ପୃଷ୍ଠ ଜଳ ରାଶିରେ

ସେ ମତେ ଧରି ରଖିପାରୁ

ଅବା ଫିଙ୍ଗି ଦେଉ ସମୁଦ୍ରରେ

କିଛି ଯାଏ ଆସେ ନାହିଁ

ମିଶି ଯିବା ତ ମୋର ଧର୍ମ

ଅଜାଡ଼ି ହେବାକୁ ଚାହେଁ 

ଗରିବ ଚାଷୀଟିଏର ଚାଷ ଜମିରେ

ତା ପେଜୁଆ ଆଖିରେ ଚମକଟିଏ ଦେଇ.

କିଛି ଯାଏ ଆସେ ନାହିଁ ମୋର

ପାହାଡ଼ ମାନେ ମୋତେ ଦେଖନ୍ତୁ

ବା ନ ଦେଖନ୍ତୁ

ମୁଁ କିନ୍ତୁ ଘଷି ହୋଇ ଯିବି

ମୋ ଆନନ୍ଦରେ

ମୋର ଅତି ପ୍ରିୟ, ବିଶ୍ଵସ୍ତ

ନୀଳ ଗଗନରେ,

ମୁଁ କିନ୍ତୁ ବଞ୍ଚିବାକୁ ଚାହେଁ

ପକ୍ଷୀ ମାନଙ୍କ କାକଳିରେ

ମୟୂରର ନାଚରେ

ପ୍ରେମିକାର ପଣତରେ

ମୋ ସ୍ଵାଧୀନତାରେ ।


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance